Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

16/09/2021 at 12:13 PM

ପୁରୀ ୧୬।୯: ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ । ଶୁକ୍ରବାର ଭକ୍ତଙ୍କ ଲାଗି ଜଗା ଦର୍ଶନ ବନ୍ଦ ରହିବ । ସୁନିଆଁ ପର୍ବ ଓ ବାମନ ଜନ୍ମ ପାଇଁ ବିଶେଷ ନୀତି ହେଉଥିବାରୁ କଟକଣା ଲାଗୁ କରାଯାଇଛି । କନ୍ୟା ସଂକ୍ରାନ୍ତି ଶ୍ରାବଣା ମକତ ନକ୍ଷତ୍ର ସନ ୧୪୨୯ ସାଲ ଆରମ୍ଭ ପାଇଁ ମନ୍ଦିରରେ ପାଳନ ହେବ ବିଶେଷ ନୀତି । ତେଣୁ ସେହିଦିନ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ।

ସେପଟେ ପୁରୀବାସୀଙ୍କୁ ସ୍ବତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଶ୍ରୀଜଗନ୍ନାଥ ସେନା । ଅଗଷ୍ଟ ୧୬ ତାରିଖରୁ ପୁରୀବାସୀଙ୍କ ଲାଗି ଖୋଲିଥିଲା ଶ୍ରୀମନ୍ଦିର । ୫ ଦିନ ଧରି କାଳିଆକୁ ଦର୍ଶନ ପାଇଁ ସୁଯୋଗ ପାଇଥିଲେ ପୁରୀବାସୀ । ହେଲେ ୨୩ ତାରିଖରୁ ସ୍ବତନ୍ତ୍ର ଦର୍ଶନ ଆଧାରରେ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେଣୁ ପୁରୀବାସୀଙ୍କୁ ସ୍ବତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରଶାସନର ନିଷ୍ପତ୍ତିକୁ କଡା ବିରୋଧ କରାଯାଇଛି । ସିଂହଦ୍ଵାର ସମ୍ମୁଖରେ ଦର୍ଶନ ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ଧାରଣା।

   Related Posts