ଆସନ୍ତାକାଲିଠାରୁ ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ଦର୍ଶନ

Published By : Prameya-News7 Bureau | August 27, 2018 IST

ପୁରୀ ୨୭/୮ : ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ କଡାକଡି ହେ।ଇପାରେ ଧାଡି ଦର୍ଶନ । ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ୩ ଜଣିଆ କମିଟି ଯେ।ଜନାକୁ ଚୂଡାନ୍ତ କରିଛନ୍ତି । ଧାଡି ଦର୍ଶନକୁ କଡାକଡି କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହେ।ଇଛି । ଏପରି ବ୍ୟବସ୍ଥା ହେବା ପରେ ଭକ୍ତମାନେ ଆଉ ଠେଲାପେଲା, ମାଡି ମକଚି ହେ।ଇ ମହାପ୍ରଭୁଙ୍କ ଦର୍ଶନ କରିବେ ନାହିଁ । ସୁପ୍ରିମକେ।ର୍ଟ ମାମଲାରେ ରିପେ।ର୍ଟ ଦାଖଲ କରିବାକୁ ଗଠିତ ରାଜ୍ୟ ସରକାରଙ୍କ ୩ ଜଣିଆ କମିଟି ଗତକାଲି ପୁରୀ ଗସ୍ତରେ ଆସିଥିଲେ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା, ଦର୍ଶନ ପ୍ରବେଶ ପ୍ରସ୍ଥାନ, ମନ୍ଦିର ଭିତର ଶୃଙ୍ଖଳା, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କମିଟି ଅନୁଧ୍ୟାନ କରିଥିଲେ । ଏହାପରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ସେହିପରି ଶ୍ରୀମନ୍ଦିର ଅଫିସଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ ହେବ । ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ । କିଛି ଦିନ ମଧ୍ୟରେ ଭକ୍ତଙ୍କ ପାଇଁ ମାଗାଣା ଟିକେଟ ପ୍ରଚଳନର ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.