Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପଟ୍ଟା ମିଳିବା ହେଲା ସହଜ, ଘର ଘର ବୁଲି ପଟ୍ଟା ବାଣ୍ଟିଲେ ଦର୍ପଣ ତହସିଲଦାର

10/09/2021 at 4:47 PM

ଚଣ୍ଡିଖୋଲ ୧୦।୯: ଆଗ ଭଳି ପଟ୍ଟା ଖଣ୍ଡେ ପାଇଁ ଆପଣଙ୍କୁ ବାରମ୍ବାର ତହସିଲ ଅଫିସ୍ ର ଦ୍ବାରସ୍ତ ହେବାକୁ ପଡ଼ିବନି । ଡାକ ଯୋଗେ ନଚେତ ଘରେ ପଟ୍ଟା ପହଞ୍ଚାଇବ ତହସିଲ ପ୍ରଶାସନ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନରେ ଥିବା ବିଭିନ୍ନ ଲୋକଙ୍କ ଘରକୁ ଯାଇ ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର ପ୍ରଦୀପ ସେଠୀ । ଦୀର୍ଘ ଦିନ ଧରି ଜମି ପଟ୍ଟା ପାଇଁ ତହସିଲରେ ଆବେଦନ କରିଥିବା ଆବେଦନକାରୀ ଦୀର୍ଘ ଦିନ ଧରି ପଟ୍ଟା ପାଇବା ପାଇଁ ମଧ୍ୟ ତହସିଲର ଦ୍ବାରସ୍ତ ହେଲେ ସୁଦ୍ଧା ସେମାନଙ୍କୁ ପଟ୍ଟା ମିଳି ପାରୁନାହିଁ ।

ଏ ନେଇ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ କେଉଁଭଳି ଭବେ ଆବେଦନକାରୀଙ୍କୁ ପଟ୍ଟା ପହଞ୍ଚାଇ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଆବେଦନ କରାଯାଇଥିବା ୫ହଜାର ପଟ୍ଟାରୁ ୨ହଜାର ଜମି ପଟ୍ଟା ବଣ୍ଟନ କରାଯାଇ ସାରିଥିବା ବେଳେ ଆଗାମୀ ଦିନରେ ଆଉ ସମସ୍ତ ପଟ୍ଟା ହିତାଧିକାରୀଙ୍କୁ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ତହସିଲଦାର ରାଧାଦେଇପୁର, ଶାସନ ପୁରୁଷତ୍ତମପୁର ଗ୍ରାମକୁ ରାଜସ୍ବ ରଥରେ ଯାଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ପ୍ରଶାସନର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

   Related Posts