କର୍ମଜୀବୀ ମୁସଲମାନ ମହିଳାଙ୍କ ଚୁଟି ଖୋଲା ରଖିବା ଉପରେ ଜାରି ହେଲା ଫତୱା, ମହିଳା କମିଶନ କଲେ ହସ୍ତକ୍ଷେପ

Published By : Prameya-News7 Bureau | December 21, 2018 IST

ଦିଲ୍ଲୀ ୨୧/୧୨ : ଦାରୁଲ ଉଲୁମ ମୁସଲମାନ ମହିଳାମାନଙ୍କ ଉପରେ ଅଜବ ଅଜବ ଫତୱା ଜାରି କରିଥାନ୍ତି | ଏକ ନ୍ୟୁଜ ଚାନେଲରେ କାମ କରୁଥିବା ମହିଳା ଆଙ୍କରଙ୍କୁ ନେଇ ଦାରୁଲ ଉଲୁମର ମୁଫତି ଏକ ବଡ ବୟାନ ଦେଇଛନ୍ତି | ବୟାନରେ ସେ କହିଛନ୍ତି ଯେ, ନ୍ୟୁଜ ଚାନେଲରେ ଯେଉଁ ମହିଳାମାନେ ଆଙ୍କରିଂ ବା ସାମ୍ବାଦିକତା କରୁଛନ୍ତି ସେମାନେ ନିଜ ମୁଣ୍ଡରେ ସ୍କାର୍ଫ ବାନ୍ଧି ଆଙ୍କରିଂ କରିବା ଉଚିତ | କାରଣ ମୁସଲମାନ ସମାଜରେ ମହିଳାଙ୍କୁ ଚୁଟି ଖୋଲା କରିବା ଅନୁମତି ଦିଆଯାଇନାହିଁ | ମଜଲିସ ଇତ୍ତିହାଦ ମିଲ୍ଲତର ପ୍ରଦେଶ ଅଧ୍ୟକ୍ଷା ମୁଫତି ଏହମଦ ଏହି ଫତୱା ଜାରି କରିଛନ୍ତି |

{"id":66012}

ସେ କହିଛନ୍ତି ଯେ, ମୁସଲମାନ ସମାଜରେ ପୂର୍ବରୁ ମହିଳାଙ୍କୁ କୌଣସି ରୋଜଗାର କରିବା ପାଇଁ ଅନୁମତି ଦିଆଯାଉନଥିଲା | କିନ୍ତୁ ବର୍ତ୍ତମାନ ମହିଳା ରୋଜଗାର କରିବା ପାଇଁ କୌଣସି ବାଧକ ଦିଆଯାଇନାହିଁ | ପରିବାରର ଆବଶ୍ୟକୀୟ ଭରଣ ପୋଷଣ ପାଇଁ ଭଗବାନ ସମସ୍ତଙ୍କୁ ଅନୁମତି ଦେଇଛନ୍ତି | କିନ୍ତୁ କାମର ବାହାନାରେ କୌଣସି ମହିଳାଙ୍କୁ ନିଜ ସୀମା ଉଲଂଘନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି | ଇସଲାମ ଧର୍ମରେ ମହିଳାଙ୍କୁ ଧର୍ମ ସମ୍ବନ୍ଧୀୟ ସମସ୍ତ ନୀତି ନିୟମ ମାନି ଚାଲିବ ଦରକାର ବୋଲି ସେ ତାଗିଦ କରି କହିଛନ୍ତି |  

{"id":66013}

ଏହି ଅଜବ ଫତୱା ଜାରି କରିବା ପରେ ରାଷ୍ଟ୍ରୀୟ ମହିଳା ଆୟୋଗ ଦାରୁଲ ଉଲୁମ ସେମିନାରୀର ଭାଇସ ଚାନ୍ସେଲରଙ୍କୁ ନୋଟିସ ଜାରି କରିଛନ୍ତି | ଜାରି ହେଇଥିବା ଏହି ଫତୱା ଉପରେ ସେମାନେ ତାଙ୍କର ଜବାବ ଦାବି କରିଛନ୍ତି | ମୁସଲମାନ ଧର୍ମରେ ବିବାହ ଭଳି ସାର୍ବଜନିକ ସମାରୋହରେ ଉଭୟ ପୁରୁଷ ଓ ମହିଳା ମିଳିମିଶି ଭୋଜନ କରିବା ମଧ୍ୟ ଧର୍ମ ବିରୋଧୀ | ତେବେ ରାଷ୍ଟ୍ରୀୟ ମହିଳା ଆୟୋଗ ଏହି ଫତୱା ଉପରେ ମଧ୍ୟ ଜବାବ ଦାବି କରିଛନ୍ତି |

{"id":66014,"width":589,"height":330}

ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଏକ ଚିଠି ଲେଖିଛନ୍ତି | ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁସଲିମ ଧର୍ମରେ ବିବାହ ଭଳି ସମାରୋହରେ ପୁରୁଷ ମହିଳା ଏକାଠି ମିଶି ଖାଇବା ବାରଣ କରିବା ଉପରେ ଯେଉଁ ଫତୱା ଜାରି ହୋଇଛି ତାହା ଅତ୍ୟନ୍ତ ଅପମାନଜନକ ଏବଂ ସ୍ୱୀକାର ଯୋଗ୍ୟ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.