ସ୍ମାର୍ଟଫୋନରେ ଡାର୍କ ମୋଡ୍ ବ୍ୟବହାର କରିବା ପଡିପାରେ ଭାରୀ: ଜାଣନ୍ତୁ କାହିଁକି

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦/୦୮ : ଆଜିକାଲି ସ୍ମାର୍ଟ ଫୋନ ୟୁଜର୍ସ ଡାର୍କ ମୋଡ଼ ବ୍ୟବହାର କରୁଛନ୍ତି | ହ୍ୱାଟ୍ସଆପ, ଫେସବୁକ, ମେସେଞ୍ଜର, ଟ୍ୱିଟରରେ ଡାର୍କ ମୋଡ଼ ଉପଲବ୍ଧ | ଏଣ୍ଡ୍ରଏଡ଼ ୧୦ ରେ ଗୁଗଲ ସିଷ୍ଟମ୍-ୱାଇଡ୍ ଡାର୍କ ମୋଡ୍ ବିକଳ୍ପ ଦେଇଛି | ଡାର୍କ ମୋଡ୍ ଦେଖିବାକୁ ଭଲଲାଗେ କିନ୍ତୁ ଏହା ଆଖି ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ | ଡାର୍କ ମୋଡ୍ ଅନ ହେବାପରେ ଫୋନର ଡ଼ିସପ୍ଲେ କଳା ରଙ୍ଗ କିମ୍ବା ଡାର୍କ ହୋଇଯାଏ | ଫଳରେ ଆଖିକୁ କମ ଆଲୁଅ ଯାଇଥାଏ | ଯେଉଁଥିପାଇଁ ଅଧିକ ସମୟ ଫୋନ ବ୍ୟବହାର କରାଯାଇପାରେ | କିନ୍ତୁ ଦିନ ସମୟରେ ଏହା କ୍ଷତିକାରକ ପ୍ରମାଣିତ ହୋଇଥାଏ |

ଯଦି ଆପଣ ବହୁତ ସମୟ ଧରି ନିଜ ଫୋନରେ ଡାର୍କ ମୋଡ଼ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ଆଖି ତା ପ୍ରତି ଅଭ୍ୟସ୍ତ ହୋଇଯାଏ | କିନ୍ତୁ ଯେତେବେଳେ ଆପଣ ନାଇଟ ମୋଡ଼ ବ୍ୟବହାର କରନ୍ତି ଆପଣଙ୍କ ଆଖି ଉପରେ ପ୍ରଭାବ ପଡିଥାଏ ଏବଂ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଇଥାଏ | ଅଧିକ ସମୟ ଡାର୍କ ମୋଡ଼ ବ୍ୟବହାର କରିବା ଆଖି ପାଇଁ କ୍ଷତିକାରକ |

ଆମେରିକୀୟ ଅପ୍ଟୋମେଟ୍ରିକ୍ ଆସୋସିଏସନ୍ ଅନୁଯାୟୀ, ଡାର୍କ ମୋଡ଼ ବ୍ୟବହାର କରୁଥିବା ଲୋକଙ୍କଠାରେ ଆଷ୍ଟିଗ୍ମାଜିମ୍ ନାମକ ଏହି ରୋଗ ଦେଖାଦେଉଛି । ଯେଉଁଥିରେ ଗୋଟିଏ ଆଖିର କର୍ଣ୍ଣିଆର ଆକୃତି କିମ୍ବା ଉଭୟ ଆଖିର ଆକୃତିରେ ପରିବର୍ତ୍ତନ ଦେଖାଦେଉଛି ଏବଂ ଅସ୍ପଷ୍ଟ ଦେଖାଯାଉଛି | ଯେଉଁଥିପାଇଁ ଲୋକମାନେ ଧଳା ପୃଷ୍ଠଭୂମିରେ କଳା ପାଠ୍ୟ ଟେକ୍ସଚର ତୁଳନାରେ କଳା ପୃଷ୍ଠଭୂମିରେ ଧଳା ଟେକ୍ସଚର ସହଜରେ ପଢି ପାରନ୍ତି ନାହିଁ  | ଡିସପ୍ଲେ ଧଳା ଥିଲେ ଆଇରିସ୍ ଛୋଟ ହୋଇଯାଏ ଯାହା ଆଖିର ଫୋକସ ଉପରେ ପ୍ରଭାବ ପକାଇଥାଏ | 

ଆଖିକୁ ସୁରକ୍ଷିତ ରଖିବା ପାଇଁ ଡାର୍କ ମୋଡ଼ ଓ ଲାଇଟ ମୋଡ଼ ମଧ୍ୟରେ ମଝି ମଝିରେ ପରିବର୍ତ୍ତନ କରିବା ଉଚିତ | ଫୋନର ବ୍ରାଇଟନେସ ମଧ୍ୟ କମ ରଖିବା ଉଚିତ | ଦିନରେ ଲାଇଟ ମୋଡ଼ ଓ ରାତିରେ ଡାର୍କ ମୋଡ଼ ବ୍ୟବହାର କରିବା ଠିକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.