Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଡାର୍କ ଚକୋଲେଟ୍: ଚିନ୍ତା ଦୁର କରିବା ସହିତ ହୃତପିଣ୍ଡ ରଖିଥାଏ ସୁସ୍ଥ

8/04/2021 at 10:55 AM

ଭୁବନେଶ୍ୱର ୦୮/୦୪: ଚକୋଲେଟ୍ ଖାଇବାକୁ ପିଲାମାନଙ୍କଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଡାର୍କ ଚକୋଲେଟ୍ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଅନେକ ଅଧ୍ୟୟନରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଶରୀର ଅନେକ ପ୍ରକାରର ରୋଗରୁ ରକ୍ଷା ପାଇଥାଏ । ଏହା ସୁଗାର ଏବଂ ହାର୍ଟ ସମ୍ବନ୍ଧୀୟ ରୋଗକୁ ଶରୀରଠାରୁ ଦୂରଇ ରଖିଥାଏ । କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ଷ୍ଟ୍ରେସ୍ ମଧ୍ୟ କମିଥାଏ । ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ମିଳୁଥିବା ଫାଇଦା ।

How dark chocolate, tea and wine can save your life, according to science

ଷ୍ଟ୍ରେସ୍ କରିଥାଏ କମ୍ :

ଷ୍ଟ୍ରେସ୍ ଏପରି ଏକ ଜିନିଷ ଯାହା ମଣିଷକୁ ବ୍ୟଥିତ କରିଥାଏ ।  ଷ୍ଟ୍ରେସ୍ ଅନେକ ଗମ୍ଭୀର ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ । ଷ୍ଟ୍ରେସ୍ ରୁ ରକ୍ଷା ପାଇବା ପାଇଁ ଡାର୍କ ଚକୋଲେଟ୍ ବହୁତ ସାହାଯ୍ୟକାରୀ ହୋଇହୋଇଥାଏ । ବାସ୍ତବରେ ଡାର୍କ ଚକୋଲେଟରେ ଷ୍ଟ୍ରେସ୍ କମ୍ କରିବାର ବିଶେଷ ଗୁଣ ରହିଥାଏ ।

ହାର୍ଟ ସମ୍ବନ୍ଧୀୟ ରୋଗରୁ ଦୂରେଇ ରଖିଥାଏ :

ଡାର୍କ ଚକୋଲେଟରେ କାର୍ଡିଓପ୍ରୋଟେକ୍ଟିଭ୍ ଗୁଣ ରହିଥାଏ । ଏହା ହାର୍ଟକୁ ଅନେକ ପ୍ରକାରର ଗମ୍ଭୀର ରୋଗରୁ ରକ୍ଷା କରିଥାଏ । ହୃଦ୍‌ରୋଗରୁ ରକ୍ଷା ପାଇବା ପାଇଁ ଡାର୍କ ଚକୋଲେଟ୍ ଖାଇପାରିବେ ।

ବ୍ଲଡ୍ ପ୍ରେସର୍ କମ୍ କରିଥାଏ :

ବ୍ଲଡ୍ ପ୍ରେସର୍ ର ବର୍ଦ୍ଧିତ ସ୍ଥିତିକୁ ହାଇପରଟେସନ୍ କୁହାଯାଏ । ଯେଉଁମାନଙ୍କର ହାଇ ବ୍ଲଡ୍ ପ୍ରେସର୍ ସମସ୍ୟା ଥାଏ ସେମାନେ ଡାର୍କ ଚକୋଲେଟ୍ ଖାଇବା ଉଚିତ୍ । ଡାର୍କ ଚକୋଲେଟରେ ମ୍ୟାଗ୍ନେସିୟମ୍ ର ମାତ୍ରା ମିଳିଥାଏ, ଯାହା ବ୍ଲଡ୍ ପ୍ରେସର୍ କୁ କମ୍ କରିବାରେ ସାହାଯ୍ୟ କରିଥାଏ ।

   Related Posts