ଦାର୍ଜିଲିଂରେ ଛାତ୍ରୀକୁ କରିଥିଲେ ଯୌନଶୋଷଣ, ୨୩ ବର୍ଷ ପରେ ଶିକ୍ଷକ ଗିରଫ

Published By : Prameya-News7 Bureau | October 16, 2020 IST

କଲିକତା ୧୬/୧୦: ଦାର୍ଜିଲିଂରୁ ଏକ ଅଜବ ପ୍ରକାର ମାମଲା ସାମ୍ନାକୁ ଆସିଛି। ଛାତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷକକୁ ଗିରଫ କରିଛି ପୋଲିସ। ତେବେ ଏ ଯୌନ ଶୋଷଣ ଓ ଶାରିରୀକ ଉତ୍ପୀଡନ ମାମଲା ୨୩ ବର୍ଷ ପୁରୁଣା। ଗତ ବର୍ଷ ଅଭିଯୋଗ କରିଥିବା ଯୁବତୀଙ୍କ ବୟସ ସେତେବେଳେ ଥିଲା ୧୪ ବର୍ଷ।

୩୭ ବର୍ଷର ଏ ମହିଳା ଜଣକ ହଂଙ୍ଗକଂଙ୍ଗରେ ଫିନ୍ସା ଓକିଲ ରହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ଶିକ୍ଷକ ଜିତେଶ ଓଝା ୨୦ ବର୍ଷରେ ୨୦ରୁ ଅଧିକ ସ୍କୁଲରେ ପାଠ ପଢ଼ାଇ ସାରିଛନ୍ତି। ସେ ଜଣେ ସରିଏଲ ମୋଲଷ୍ଟର। କିଛି ବର୍ଷ ମଧ୍ୟରେ ସେ ଏକାଧିକ ଝିଅଙ୍କୁ ଶାରୀରିକ ଶୋଷଣ କରିଛନ୍ତି।

ଏ ମାମଲା ମି ଠୁ ଅଭିଯାନ ମାଧ୍ୟମରେ ସାମ୍ନାକୁ ଆସିଥିଲା। ଏ ଅଭିଯାନ ବେଳେ ବଡ଼ ବଡ଼ ଲୋକଙ୍କ ଉପରେ ମଧ୍ୟ ଯୌନ ଉତ୍ପୀଡନ ଅଭିଯୋଗ ଲାଗିଥିଲା। ଗତବର୍ଷ ଜଣେ ମହିଳା ଦାର୍ଜିଲିଂ ସଦର ଥାନାରେ ଇମେଲ କରିଥିଲେ। ଏଥିରେ ସେ ଜିତେଶ ଓଝାଙ୍କ ଉପରେ ଅଭିଯୋଗ ଲଗାଇ ଥିଲେ। ସେ ତାଙ୍କୁ ଟ୍ୟୁସନ କରୁଥିଲେ। ଆଉ ସେତେବେଳେ ସେ ଥ​‌ରେ କି ଦ’ଥର ନୁହେଁ ଏକାଧିକଥର ତାଙ୍କୁ ଯୌନ ଶୋଷଣ କରିଥିଲେ। ଗତବର୍ଷ ସେପ୍ଟେମ୍ବରର ଏ ମେଲ ପରେ ପୋଲିସ ତଦନ୍ତ ଆରମ୍ଭ କରି ପ୍ରମାଣ ଏକଜୁଟରେ ଲାଗିଥିଲା।

ତଦନ୍ତ ପରେ ପୋଲିସ୍ ଜିତଶେକୁ ତାର ସିଲିଗୁଡ଼ି ବାସଭବନରୁ ଗିରଫ କରିଛି। ପୋଲିସ୍ କହିଛି ୪୬ ବର୍ଷୀୟ ଜିତେଶ ବିବାହିତ ଓ ତାଙ୍କର ଗୋଟିଏ ପିଲା ମଧ୍ୟ ଅଛି। ​

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.