Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନାରେ ଭୟମୁକ୍ତ କରିବ ‘ଡର’

15/05/2021 at 4:28 PM

ଭୁବନେଶ୍ୱର ୧୫।୫: ପୁଣି ଚର୍ଚ୍ଚାରେ ସୂର୍ଯ୍ୟ, କ୍ରିଷ୍ଣା, ସୂରଜ ଓ ଲୋପାମୁଦ୍ରା। ଦେଶରେ କରୋନା ଭାଇରସ ମହାମାରୀର ପ୍ରଥମ ସଂକ୍ରମଣ କାଳରେ ଲୋକଙ୍କୁ ଘରେ ରହିବା ଲାଗି ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ଚହଳ ପକାଇଥିଲେ ଏହି ଯୁବ ଗୋଷ୍ଠୀ। ମାତ୍ର ୨ ମିନିଟ୍‌ର ଚିତ୍ରରେ ଢେର ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ। ଏବେ  କୋଭିଡ ଦ୍ୱିତୀୟ ଲହର ସାରା ଦେଶକୁ  ସ୍ତବ୍ଦ କରିଦେଇଛି।  ଲୋକେ ଆତଙ୍କିତ ହୋଇପଡିଛନ୍ତି। ତେବେ ଭୟଭୀତ ନ ହୋଇ ପରିସ୍ଥିତିର ମୁକାବିଲା ଲାଗି ନିର୍ମିତ ଚଳଚିତ୍ର ‘ଡର’ ଏକ ସୁନ୍ଦର ପରିକଳ୍ପନା କୁହାଯାଇପାରେ।

ରେଡସ୍ମାର୍ଟ ଏଣ୍ଟରଟେନମେଣ୍ଟ ସହଯୋଗରେ ମିନିସ୍‌ ଏଣ୍ଟଟେନମେଣ୍ଟ ପ୍ରସ୍ତୁତ ଚଳଚିତ୍ର ‘ଡର’ କୁ ସୂର୍ଯ୍ୟକାନ୍ତ ଛୋଟରାୟ ନିର୍ଦ୍ଦେଶନା ଦେଇଛନ୍ତି।  ଲୋପାମୁଦ୍ରା ବାରିକଙ୍କ କାହାଣୀ ଓ ଚିତ୍ରନାଟ୍ୟରେ ଅଭିନୟ କରିଛନ୍ତି ସୂର୍ଯ୍ୟକାନ୍ତ ଛୋଟରାୟ, ସୂରଜ ଶତପଥୀ ଓ ଲୋପାମୁଦ୍ରା ବାରିକ। ଫିଲ୍ମର ପୋଷ୍ଟ ପ୍ରଡକ୍ସନ ଓ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି କ୍ରିଷ୍ଣା ସିଂ କରୋନା ଭାଇରସ ମହାମାରୀକୁ ନେଇ ଲୋକଙ୍କୁ ସଚେତନ କରିବା ଏହି କ୍ଷଦ୍ର ଚଳଚିତ୍ରର ଅସଲ ଉଦ୍ଦେଶ୍ୟ। ଯେଉଁଥିରେ ମହାମାରୀକୁ ନେଇ ସରକାରଙ୍କ ପରାମର୍ଶ ମାନିବା, ସଂକ୍ରମଣରୁ ନିଜକୁ ଓ ନିଜ ପରିବାରକୁ ରକ୍ଷା କରିବାର ବାର୍ତ୍ତା ଦିଆଯାଇଛି।

କରୋନାକୁ ହରାଇବାକୁ ସାରା ଦେଶ ଏବେ ଅଣ୍ଟାଭିଡିଛି। ଏଥିରେ ଯଦି ଆମେ ଡରିଯିବା ହରାଇବା କେମିତି? କହିଛନ୍ତି ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ଛୋଟରାୟ। କୌଣସି ପରିସ୍ଥିତିରେ ହଡବଡ ନ ହୋଇ ସାଧାରଣ ଚିକିତ୍ସା ଆପଣାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସଚେତନତା ସୃଷ୍ଟି କରାଯାଇଛି। ମାନସିକ ଦୃଢତାର ସହ କରୋନାକୁ ସାମ୍ନା କରିବା ଓ ଭୂତାଣୁକୁ ହରାଇବା ଲାଗି  ଚିତ୍ରରେ ବାର୍ତ୍ତା ଦିଆଯାଇଛି। ଯାହା ଏବେ ୟୁଟ୍ୟୁବରେ ବେସ୍ ପ୍ରସାରିତ ହେଉଛି।

   Related Posts