ରେଳ ଧାରଣାରେ ଯିବା ଆସିବା କରୁଛି ଦନ୍ତା, ବଡ ଧରଣର ଦୁର୍ଘଟଣା ଆଶଙ୍କା

Published By : Prameya-News7 Bureau | July 30, 2021 IST

ଝାରସୁଗୁଡା, ୩୦/୦୭ : ୪ ବର୍ଷ ତଳେ ରେଳ ଧାରଣାରେ କଟି ୩ଟି ହାତୀ ମ୍ରୁତ୍ୟୁ ଘଟଣାର ଏବେବି ମନରୁ ଲିଭିନି । ପୁଣି ସମାନ ଘଟଣାର ପୁନରାବୃତ୍ତି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ଝାରସୁଗୁଡା ଜିଲ୍ଲାରେ ।

ସୂଚନା ଅନୁସାରେ, ଗତ କିଛିଦିନ ଭିତରେ ୪ଟିକିଆ ହାତୀପଲ କୋଲାବିରା ବ୍ଲକର ବିଭିନ୍ନ ଗ୍ରାମରେ ଘର ଦ୍ୱାର ଭାଙ୍ଗିଦେଇଥିଲେ । ଏହା ସହ ଫସଲ ନଷ୍ଟ କରିଥିଲେ | ସେମାନଙ୍କୁ ବନ ବିଭାଗ ଘଉଡାଇବାରେ ସଫଳ ହୋଇଥିବା କୁହାଯାଉଛି । କିନ୍ତୁ ଗତ ଦୁଇଦିନ ତଳୁ ଗୋଟିଏ ଦନ୍ତା ହାତୀ ବାଗଡିହି ବନ ବିଭାଗ ରେଞ୍ଜ ଅଞ୍ଚଳରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ଘଉଡାଇବାକୁ ଉଦ୍ୟମ ଜାରୀ ରହିଛି । କିନ୍ତୁ ହାତୀଟି ବାଗଡିହି ରେଳଧାରଣା ପାର୍ କରି ଯେପରି ଯିବା ଆସିବା କରୁଛି ତାକୁ ଦେଖିଲେ ୪ ବର୍ଷ ତଳର ସେହି ମର୍ମନ୍ତୁତ ଦୁର୍ଘଟଣା ମନେ ପଡିଯାଉଛି ।

ପୂର୍ବରୁ ୨୦୧୭ ମସିହା ଅକ୍ଟୋବର ମାସରେ ଦୁଇ ସପ୍ତାହ ମଧ୍ୟରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ ହାତୀ ସହ ଅନ୍ୟ ଦୁଇ ହାତୀ ଛୁଆଙ୍କ ମ୍ରୁତ୍ୟୁ ହୋଇଥିଲା । ବାଗଡିହି ରେଳଷ୍ଟେସନର ଅନତିଦୂରରେ ଥିବା ତେଳିଡିହି ନିକଟରେ ରେଳବାଇ ଖୋଳିଥିବା ଏକ ଟ୍ରେଞ୍ଚରେ ପଡି ଗୋଟିଏ ହାତୀ ଛୁଆର ମ୍ରୁତ୍ୟୁ ହୋଇଥିବା । ସେହିପରି ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଦୁଇ ହାତୀ ୩୩ କେଭି ବିଦ୍ୟୁତ ତାର ଆଘାତରେ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.