ଧାନନଗରକୁ ଘାରିଛି କଟିକଟା ଚିନ୍ତା

Published By : Prameya-News7 Bureau | May 03, 2020 IST



ଭଦ୍ରକ୩/୫: ପ୍ରଥମେ କଣ୍ଟେନମେଣ୍ଟ୍ ଜୋନ୍ ଏବେ ପୁଣି ରାଜ୍ୟର କରୋନା ହଟସ୍ପଟ । ସବୁଠି ସିଲ । ବାହାରକୁ ଯିବା ମନା । କିନ୍ତୁ ଏବେ ଦେଖିବା ପାଇଁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ଆପଣଙ୍କୁ ଚକିତ କରିବ । ହଟସ୍ପଟ ଅଞ୍ଚଳର ଲୋକେ ଏବେ ବୈତରଣୀ ନଦୀପାର ହୋଇ ଅନ୍ୟ ଅଞ୍ଚଳକୁ ପ୍ରବେଶ କରୁଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳ ରୁ । ଏମିତି ଅଭିଯୋଗ ପରେ ଆମେ ଜାଣିବା ପାଇଁ ଚେଷ୍ଟା କରିଥିଲୁ ଲୋକଙ୍କ ଅଭିଯୋଗ କେତେ ସତ କେତେ ମିଛ । ଆମ କ୍ୟାମେରାରେ କଏଦ ହୋଇଛି ଏମିତି ଏକ ଦୃଶ୍ୟ ଯାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ ।

ରାଜ୍ୟରେ କରୋନା ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲାର କଟିକଟା । କଟିକଟା ପଞ୍ଚାୟତର ଲିଙ୍କ୍ ରହିଛି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ସହ । ଧାମନଗର ବ୍ଲକ ର ସୋହାଡ଼ା ପଞ୍ଚାୟତ ର ଷଣ୍ଢପୁର ବଜାର ନିକଟ ରେ ରହିଛି ମୁକୁନ୍ଦଦେବ ବ୍ରିଜ । ଏହି ବ୍ରିଜ ର ଦୂରତା ପ୍ରାୟ ୪୦୦ ମିଟର । ବ୍ରିଜ ଆରପଟେ କଟିକଟା ଆଉ ଏପଟେ ଧାମନଗର ବ୍ଲକ ର ଷଣ୍ଢପୁର । କଟିକଟା ଅଞ୍ଚଳ ର ଲୋକେ ପନିପରିବା , ଔଷଧ , ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଷେଣ୍ଢପୁର ବଜାର ଉପରେ ନିର୍ଭର କରନ୍ତି ।

କଟିକଟା ରେ ପଜିଟିଭ ଚିହ୍ନଟ ପରେ ଏହି ମୁକୁନ୍ଦଦେବ ସେତୁ କୁ ସିଲ କରାଯାଇଛି । ସେହିପରି ବୈତରଣୀ ନଦୀ ଉପରେ ଥିବା ବ୍ରିଜ ଗୁଡିକୁ ପୋଲିସ ସିଲ କରିଥିବା ସୂଚନା ମିଳିଛି । ଗାଁ ଲୋକେ ଦିନ ରାତି ବ୍ରିଜ କୁ ଜଗୁଛନ୍ତି । ୧୪୦ ନମ୍ବର ଆକ୍ରାନ୍ତ ଙ୍କ ଘର କଟିକଟା ଅଞ୍ଚଳ ର ହୋଇଥିବା ବେଳେ ରାଜ୍ୟ ସରକାର ଜାରି କରିଥିବା ଟ୍ରାଭେଲ ହିଷ୍ଟ୍ରି ରେ ସେହି ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକ ର ଷେଣ୍ଢପୁର ଗାଁ କୁ ଆସିଥିବା ସୂଚନା ରହିଛି । ଏବେ ପୁଣି ସମାନ ଅବସ୍ଥା ଦେଖିବା ପାଇଁ ମିଳିଛି । ବୈତରଣୀ ନଦୀ ର ଉଭୟ ପାର୍ଶ୍ଵ ରେ ଯାଜପୁର ଓ ଭଦ୍ରକ ଜିଲ୍ଲା ରହିଛି । ମୁକୁନ୍ଦଦେବ ର ଉଭୟ ପାର୍ଶ୍ଵ ରେ ଦୁଇ ଗାଁ ।

କଟିକଟା ଅଞ୍ଚଳ ର କେତେକ ଯୁବକ ନଦୀ ପଠା ରେ ବସିରହୁଛନ୍ତି । ଗାଁ ଲୋକେ ଯେଉଁ ଘାଟ କୁ ଜଗୁନାହାନ୍ତି ସେହି ଘାଟ କୁ ଆସୁଥିବା ଅଭିଯୋଗ ହୋଇଛି । ସେମାନେ ପାଣି ରେ ପଶି ହାତ ଧରାଧରି ହୋଇ ନଦୀ ପାର କରି ଧାମନଗର ଅଞ୍ଚଳ କୁ ଆସୁଥିବା ଦେଖିବା ପାଇଁ ମିଳିଛି । ପୋଲିସ ତରଫରୁ ପୋଲ ନିକଟ ରେ ଅବରୋଧ କୁ ହଟାଇଥିବାରୁ ଗ୍ରାମବାସୀ ମାନେ ସେହି ସ୍ଥାନ ରେ ସିଲ କରିବା ପାଇଁ ଅତିରିକ୍ତ ତହସିଲଦାର ଙ୍କୁ ଏକ ଦାବିପତ୍ର ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.