Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜାମିଆର କବରସ୍ଥାନରେ ଦାନିଶି ସିଦ୍ଦିକଙ୍କ ହେବ ଅନ୍ତିମ ସଂସ୍କାର, ପ୍ରୋଟୋକଲ୍ ଭାଙ୍ଗି ମଞ୍ଜୁରୀ ଦେଲେ କୁଳପତି

18/07/2021 at 7:46 PM

ନୂଆଦିଲ୍ଲୀ ୧୮।୦୭: ଜାମିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟରେ ହେବ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ତଥା ପୁଲଟିଜର ବିଜେତା ଦାନିଶ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର। ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ଦାନିଶ ସିଦ୍ଦିକଙ୍କ ମୃତ୍ୟୁ ଘଟିଥିଲା। ଏହି ବିଷୟରେ ସୂଚନା ଦେଇଛି ଜାମିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟ। କୂଳପତି ପ୍ରୋଟୋକଲ ଭାଙ୍ଗି ଦାନିଶଙ୍କ ଜାମିଆରେ କବର କରାଯିବାକୁ ମଞ୍ଜରୁୀ ଦେଇଛନ୍ତି।

ସାଧାରଣତଃ କବରସ୍ଥାନ ଜାମିଆର କର୍ମଚାରୀ, ତାଙ୍କ ପତ୍ନୀ କିମ୍ବା ସ୍ଵାମୀ କିମ୍ବା ନାବାଳକ ପିଲାଙ୍କ ପାଇଁ ସଂରକ୍ଷିତ ରଖାଯାଇଥାଏ। ସିଦ୍ଦିକି ଏହି ବିଶ୍ଵ ବିଦ୍ୟାଳୟର ଛାତ୍ର ଥିଲେ। ସେ ଏକ ସମାଚାର ଏଜେନ୍ସି ପାଇଁ କାମ କରୁଥିଲେ। କୁଳପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ସିଦ୍ଦିକିଙ୍କ ପରିବାରଙ୍କ ଅନୁରୋଧକ୍ରମେ ଦାନିଶଙ୍କ ପାର୍ଥିବ ଶରୀର ଜାମିଆର କବରସ୍ଥାନରେ ଅନ୍ତିମ ସଂସ୍କାର କରାଯିବ।

ସିଦ୍ଦିକିଙ୍କ ଜାମିଆ ବିଶ୍ଵ ବିଦ୍ୟାଳୟରେ ବହୁ ପୁରାତନ ସଂପର୍କ ରହିଛି। ତାଙ୍କ ବାପା ମହମ୍ମଦ ଅଖତର ସିଦ୍ଦିକି ମଧ୍ୟ ଏହି ବିଶ୍ଵ ବିଦ୍ୟାଳୟରେ ଏଜୁକେସନ ବିଭାଗର ପ୍ରଫେସର ଥିଲେ ଏବଂ ଜାମିଆ ନଗରରେ ରହୁଥିଲେ। ସିଦ୍ଦିକି ମଧ୍ୟ ନିଜେ  ଜାମିଆର ଛାତ୍ର। ସେ ବିଶ୍ଵ ବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ ଏବଂ ସାମ୍ବାଦିକତାରେ ସ୍ନାତକତ୍ତୋର(ପିଜି) କରିଥିଲେ।

ଭିସି ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର ଜାମିଆରେ କରିବାକୁ ଅନୁମତି ଦେବା ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି। ପୂର୍ବତନ ମନ୍ତ୍ରୀ ପି ଚିଦାମ୍ବରମ ଟ୍ଵିଟ୍ ମାଧ୍ୟମରେ ସରକାରଙ୍କୁ ହମଲା କରି କହିଛନ୍ତି ଯେ, ଦାନିଶି ସିଦ୍ଦିକିଙ୍କ ଦୁଃଖଦ ମୃତ୍ୟୁ ଏବଂ ମହଙ୍ଗା ବିଷୟରେ ବିଜେପି କିମ୍ବା ଏନଡିଏ ପକ୍ଷରୁ କୌଣସି ଟିପ୍ପଣୀ ଆସିବ ନାହିଁ। କାରଣ ଏହି ଦୁଇଟି ମାମଲା ସରକାରଙ୍କ ମିଥ୍ୟା ଅପ୍ରଚାରରକୁ ସୁହାଉନାହିଁ।

ସୂଚନାଯୋଗ୍ୟ, ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକିଙ୍କ ଆଫଗାନିସ୍ତାନରେ ସୁରକ୍ଷାବଳ ଓ ତାଲିବାନ ଆତଙ୍କବାଦୀଙ୍କ ସଂଘର୍ଷ ସମୟରେ ମୃତ୍ୟୁ ଘଟିଥିଲା। ସେ କରୋନାକାଳରେ ଏମିତି ଅନେକ ଫଟୋ ନିଜ କ୍ୟାମେରାରେ କଏଦ କରିଥିଲେ, ଯାହାକୁ ଦେଖି ଦୁନିଆ ସ୍ତବ୍ଧ  ହୋଇ ଯାଇଥିଲା। ସେ ଗତ ଅନେକ ବର୍ଷ ଧରି ଆଫଗାନିସ୍ତାନରେ ରହୁଥିଲେ ଏବଂ ସେଠାକାର ସଂଘର୍ଷ ଖବର ସଂଗ୍ରହ କରୁଥିଲେ।

   Related Posts