Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

‘ ମୁଁ ହିନ୍ଦୁ , ଏମିତି ହିନ୍ଦୁ ଭାବେ ରହିବି ‘…ମହିଳା ପ୍ରଶଂସକଙ୍କୁ ଏପରି ରୋକ୍ଠୋକ୍ କାହିଁକି କହିଲେ ଦାନିଶ କନେରିଆ ?

31/01/2020 at 1:47 PM

ନୂଆଦିଲ୍ଲୀ ୩୧/୦୧- ହିନ୍ଦୁ ବୋଲି ତାଙ୍କୁ ପାକିସ୍ତାନ ଟିମ୍‌ ମେଟ୍‌ ମାନେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ସେ ଜାତିଭେଦର ଶିକାର ହୋଇଛନ୍ତି । ତଥାପି ସେ ହିନ୍ଦୁ ଧର୍ମକୁ ଛାଡିବେନାହିଁ । ଏପରି ରୋକଠୋକ ଜଣାଇ ଦେଇଛନ୍ତି ପାକିସ୍ତାନୀ ଲେଗ୍‌ ସ୍ପିନର ଦାନିଶ କନେରିଆ । ପିଚ୍‌ରେ ପ୍ରଦର୍ଶନ ପାଇଁ ଯେତିକି ଚର୍ଚ୍ଚିତ ତାଠୁ ବେଶି ସୋସିଆଲ ମିଡିଆରେ ଚର୍ଚ୍ଚିତ ଏହି ପୂର୍ବତନ ପାକିସ୍ତାନ ଜାତୀୟ ଟିମ୍‌ ପ୍ଲେୟାର ଜଣେ ମହିଳା ପ୍ରଶଂସକଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏପରି ପ୍ରକାଶ କରିଛନ୍ତି ।

  ୩୯ ବର୍ଷୀୟ ପାକିସ୍ତାନୀ ହିନ୍ଦୁ ଦାନିଶ କନେରିଆ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । କିଛି ଦିନ ତଳେ ତାଙ୍କ ପ୍ରସଙ୍ଗରେ ପ୍ରଥମେ କିଛି କହି ସୋଏବ ଅଖତର ଚର୍ଚ୍ଚା ସୃଷ୍ଟି କରିଥିଲେ ।ଇସଲାମ ବହୁଳ ଦେଶରେ ତଥା  ଇସଲାମ ଅଧ୍ୟୁଷିତ ଟିମ୍‌ରେ ଦାନିଶ କନେରିଆଙ୍କ ସମସ୍ୟା ନେଇ କିଛି କହିଥିଲେ । ଏହାପରେ ଏହି ପ୍ରସଙ୍ଗ ବେଶ୍‌ ଚର୍ଚ୍ଚା-ଆଲୋଚନାକୁ ଆସିଥିଲା ।

 ଏବେ ପୁଣି ସେହି ପ୍ରସଙ୍ଗ ଉଠିଛି । ସୋସିଆଲ ମିଡିଆରେ ଜଣେ ମହିଳା ପ୍ରଶଂସକ କନେରିଆଙ୍କୁ କରିଥିବା ନିବେଦନରେ ଇସ୍‌ଲାମ ଧର୍ମ ଗ୍ରହଣ କରିବାକୁ ଲେଖିଥିଲେ । ଆମନା ଗୁଲ୍‌ ନାମ୍ନୀ ଏହି ପ୍ରଶଂସକ ଦନେଶ କନେରିଆଙ୍କୁ ଲେଖିଥିଲେ, ‘ ଆପଣ ଇସଲାମ ଧର୍ମକୁ ଗ୍ରହଣ କରିନିଅନ୍ତୁ । ଇସ୍‌ଲାମ ସବୁକିଛି ଅଟେ । ମୋ ଜାଣିବାରେ, ଇସଲାମ ବିନା ଜୀବନର ମାନେ କିଛି ନାହିଁ । ଆପଣଙ୍କ ଜୀବନ ପ୍ରାଣହୀନ ଅଟେ । ଆପଣ ଇସ୍‌ଲାମ ଧର୍ମ ଗ୍ରହଣ କରନ୍ତୁ ।‘  କିନ୍ତୁ ତାହାକୁ ନମ୍ରତାର ସହ କିନ୍ତୁ ବେଶ୍‌ ସ୍ପଷ୍ଟ ଭାବେ ଅଗ୍ରାହ୍ୟ କରିଛନ୍ତି ପାକିସ୍ତାନୀ ହିନ୍ଦୁ ଲେଗ୍‌ସ୍ପିନର କନେରିଆ । ଟ୍ୱିଟର ପେଜ୍‌ରେ ଫଟାଫଟ ଜବାବ ରଖି ଦନେଶ କନେରିଆ ଲେଖିଛନ୍ତି,”  ଆପଣଙ୍କ ଭଳି ଅନେକ ଏପରି ଚେଷ୍ଟା କରିଛନ୍ତି, ମୋତେ ପ୍ରଭାବିତ କରି ମୋର ଧର୍ମପରିବର୍ତ୍ତନ ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ସଫଳ ହୋଇନାହାନ୍ତି । “ କନେରିଆ ଆହୁରି କହିଛନ୍ତି, ଜଣେ ହିନ୍ଦୁ ଭାବେ ସେ ଗର୍ବ କରନ୍ତି ।ତେଣୁ ଧର୍ମ ପରିବର୍ତ୍ତନର ପ୍ରଶ୍ନ ହିଁ ନାହିଁ ।

 ସେହିପରି ଆଉଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ , କନେରିଆ ଲେଖିଛନ୍ତି ପାକିସ୍ତାନରେ ସେ ସଂପୂର୍ଣ୍ଣ ସୁରକ୍ଷିତ । ପାକିସ୍ତାନ ତାଙ୍କ ଜନ୍ମମାଟି ଓ ଦେଶ ଏବଂ ସେ ଜଣେ ପାକିସ୍ତାନୀ । ପ୍ରଶଂସକ ଲେଖିଥିଲେ, ସେ ହିନ୍ଦୁ ଭାବେ ପାକିସ୍ତାନରେ ସୁରକ୍ଷିତ ମନେକରୁ ନାହାନ୍ତି କି ?ତାହାର ଜବାବରେ ଏପରି କିଛି ସୋସିଆଲ ମିଡିଆରେ ଲେଖିଛନ୍ତି କନେରିଆ ।

 ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ହଠାତ୍‌ ଧାର୍ମୀକ ଭେଦଭାବକୁ ନେଇ ଦାନିଶ କନେରିଆ ଚର୍ଚ୍ଚାକୁ ଆସିଥିଲେ । ପୂର୍ବତନ ପାକିସ୍ତାନୀ ଫାଷ୍ଟ ବୋଲର ସୋଏବ ଅଖତର କହିଥିଲେ, ଧାର୍ମୀକ ଭେଦଭାବର ଶିକାର ହୋଇଥିଲେ କନେରିଆ । ଏପରିକି ତାଙ୍କ ସହ ଏକାଠି ଖାଇବାକୁ ମଧ୍ୟ ତାହ୍କ ପାକିସ୍ତାନୀ ଟିମ୍‌ ମେଟ ମାନେ ଇଚ୍ଛା କରୁନଥିଲେ ।ପରେ ଏହି ପ୍ରସଙ୍ଗରେ ଆଉ କିଛି ମତାମତ ଯୋଡି ହୋଇଥିଲା । କନେରିଆ ବି ମୁହଁ ଖୋଲିଥିଲେ ।

   Related Posts