ପ୍ରଖ୍ୟାତ କାର୍ଟୁନିଷ୍ଟ କର୍ଟ ଓ୍ବେଷ୍ଟରଗାର୍ଡଙ୍କ ପରଲୋକ, ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ପାଇଁ ଥିଲେ ବିବାଦରେ

Published By : Prameya-News7 Bureau | July 19, 2021 IST

କୋପେନହେଗାନ୍‌ ୧୯/୭:  ଡେନମାର୍କର ପ୍ରଖ୍ୟାତ କାର୍ଟୁନିଷ୍ଟ କର୍ଟ ଓ୍ବେଷ୍ଟରଗାର୍ଡଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ୍‌ ତିଆରି କରି କର୍ଟ ଚର୍ଚ୍ଚାକୁ ଆସିଥିବା ବେଳେ ମୁସଲିମ ଦେଶଗୁଡ଼ିକରେ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।  କାର୍ଟୁନ ମାଧ୍ୟମରେ ସେ ମୁସଲମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହେଉଥିଲା।  ଦୀର୍ଘ ସମୟ ଧରି ରୋଗଶଯ୍ୟାରେ ପଡ଼ିଥିବା ଓ୍ବେଷ୍ଟରଗାର୍ଡଙ୍କ ନିଧନ ହୋଇଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି।

‘ଦ ଫେସ୍‌ ଅଫ୍‌ ମହମ୍ମଦ’ ଶୀର୍ଷକ ସହ ଓ୍ବେଷ୍ଟରଗାର୍ଡ ୨୦୦୫ରେ ଏ କାର୍ଟୁନ୍‌ କରିଥିଲେ। ଯାହାକୁ ଏକ ଖବର କାଗଜରେ ମଧ୍ୟ ପ୍ରକାଶ କରାଯାଇଥିଲା। ଏହା ପରେ ମୁସଲିମ୍‌ ଦେଶଗୁଡ଼ିକ  କର୍ଟଙ୍କୁ ଜୋରଦାର ବିରୋଧ କରିଥିଲେ। ଏପରିକି ଡେନମାର୍କରେ ସାମ୍ପ୍ରଦାୟିକ ହିଂସା ଉଗ୍ରରୂପ ଧାରଣ କରିଥିଲା। ମୁସଲିମ୍‌ ସମ୍ପ୍ରଦାୟର ଲୋକମାନେ ଡେନମାର୍କ ରାସ୍ତାରେ ହିଂସା କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିପକାଇଥିବା ନେଇ ଅଭିଯୋଗ ହୋଇଥିଲା।

ଡେନମାର୍କର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫେବୃଆରୀ ୨୦୦୬ରେ ହୋଇଥିବା ହିଂସାରେ ପାଖାପାଖି ୧୨  ଜଣ ପ୍ରାଣ ହରାଇଥିଲେ । ଏହା ସହ ଶତାଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ବିବଦେୀ କାର୍ଟୁନ କରିବା ପୂର୍ବରୁ ତାଙ୍କର ଅନେକ କାର୍ଟନକୁ ନେଇ ଡେନମାର୍କରେ ବିବାନ ଉପୁଜିଥିଲା। ସେ ଯାହା ହେଉ ପରିଣତ ବୟସରେ କର୍ଟ ପୋଲିସ ସୁରକ୍ଷାରେ ରହିଥିଲେ। ୨୦୧୦ରେ ତାଙ୍କ ଘର ବାହାରୁ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଥିଲା ଯିଏକି କର୍ଟ ଓ୍ବେଷ୍ଟରଗାର୍ଡଙ୍କୁ ମାରିବାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.