Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପାକିସ୍ତାନରେ ଅତ୍ୟାଚାରିତ ହେଉଛନ୍ତି ସଂଖ୍ୟାଲଘୁ, ଯୁବରାଜ ଓ ହରଭଜନଙ୍କୁ ସାହାଯ୍ୟ ମାଗିଲେ ଦାନିଶ କାନେରିଆ

3/04/2020 at 6:28 PM

ଲାହୋର, ୦୩|୦୪ : ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ଟ୍ୱିଟରରେ ଭାରତୀୟ ଖେଳାଳି ଯୁବରାଜ ସିଂ ଓ ହରଭଜନ ସିଂକୁ ଏକ ଅନୁରୋଧ କରିଛନ୍ତି । ପାକିସ୍ତାନରେ ପ୍ରପୀଡିତ ହେଉଥିବା ସଂଖ୍ୟାଲଘୁଙ୍କୁ ସାହାଯ୍ୟ କରିବା ପାଇଁ ସେ ଭାରତର ୨  ପୂର୍ବତନ କ୍ରିକେଟରଙ୍କୁ ଅନୁରୋଧ କରିଛନ୍ତି ।

କାନେରିଆ ପାକିସ୍ତାନ ତରଫରୁ ୬୧ଟି ଟେଷ୍ଟ ଓ ୧୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ।ସେ ଟ୍ୱିଟରରେ ଲେଖିଛନ୍ତି ଯେ, ହରଭଜନ ଓ ଯୁବରାଜ ପାକିସ୍ତାନରେ ଥିବା ସଂଖ୍ୟାଲଘୁଙ୍କ ପାଇଁ ଏକ ଭିଡିଓ କରନ୍ତୁ । ପାକ୍ ସଂଖ୍ୟାଲଘୁମାନେ ସେମାନଙ୍କ ସାହାଯ୍ୟ ଚାହୁଁଛନ୍ତି । କରୋନା ଭାଇରସ ସହ ଲଢିବା ପାଇଁ ସଂଖ୍ୟାଲଘୁମାନେ ଆର୍ଥିକ ସହାୟତା ମାଗୁଥିବା ସେ ପ୍ରକାଶ କରିଛନ୍ତି ।

ବୁଧବାର ଯୁବରାଜ କହିଥିଲେ ଯେ, ସେ କାହାର ଆବେଗକୁ କଷ୍ଟ ଦେବାକୁ ଚାହାଁନ୍ତି ନାହିଁ । ଏହାସହ ସେ ଜଣେ ଭାରତୀୟ । ଭାରତୀୟମାନେ ସର୍ବଦା ସାହାଯ୍ୟ ପାଇଁ ଆଗକୁ ଆସିଥାନ୍ତି ବୋଲି କହିଥିଲେ । ସୂଚନାଯୋଗ୍ୟ, ହରଭଜନ ଓ ଯୁବରାଜ ସାହିଦ ଆଫ୍ରିଦି ଫାଉଣ୍ଡେସନକୁ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେବା ପରେ ସୋସିଆଲ ମିଡିଆ ୟୁଜର ଉଭୟଙ୍କୁ ଟ୍ରୋଲ କରିଥିଲେ ।

   Related Posts