IPL 2021 : ବାଙ୍ଗାଲୋର ଟିମ୍‌କୁ ଜୋରଦାର ଝଟ୍‌କା, ଏହି ଷ୍ଟାର ଖେଳାଳି ହେଲେ କରୋନା ପଜିଟିଭ୍‌

Published By : Prameya-News7 Bureau | April 07, 2021 IST

ନୂଆଦିଲ୍ଲୀ ୦୭।୦୪: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍‌ର ୧୪ତମ ସିଜିନ୍‌ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ବାଙ୍ଗାଲୋର ଟିମ୍‌କୁ ଲାଗିଛି ଜୋରଦାର ଝଟ୍‌କା । ଆରସିବିର ଷ୍ଟାର୍‌ ଖେଳାଳି ଡାନିଏଲ୍‌ ସାମ୍ସ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ତାଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇପିଏଲ୍‌ ଚଳିତ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏସବୁ ଭିତରେ ଜଣେ ଖେଳାଳି କରୋନା ସଂକ୍ରମିତ ହେବା ଟିମ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାପୂର୍ବରୁ ଆରସିବିର ଖେଳାଳି ଦେବବତ୍ତ ପାଡିକଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଆଉ ଏବେ ଡାନିଏଲ୍‌ ସାମ୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବାଙ୍ଗାଲୋର ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଟିମ୍‌ ମ୍ୟାନଜମେଣ୍ଟ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ ଏନେଇ ଆଧିକାରିକ ଭାବେ ସୂଚନା ଦେଇଛି ।

ଏହାପୂର୍ବରୁ ଯେତେବେଳେ ହୋଟେଲରେ ସମସ୍ତ ଖେଳାଳି ପହଞ୍ଚଥିଲେ । ସେତେବେଳେ ସମସ୍ତ ଖେଳାଳିଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲେ । ସେଥିରେ ଡାନିଏଲ୍‌ ସାମ୍ସଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ପୁଣି ଏବେ ପଜିଟିଭ୍‌ ଆସିବା ଟିମ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.