Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସାବଧାନ୍ ! ଲକଡାଉନରେ ମୋବାଇଲକୁ ଆସିପାରେ ବିପଦପୂର୍ଣ୍ଣ ଭାଇରସ୍, ଆଲର୍ଟ କଲା ସିବିଆଇ

20/05/2020 at 12:53 PM

ନୂଆଦିଲ୍ଲୀ ୨୦/୦୫ : କରୋନା ଭାଇରସ ସାହାରା ନେଇ ହ୍ୟାକର୍ସ ଲଗାତାର ଲୋକଙ୍କୁ ଟାର୍ଗେଟ କରୁଛନ୍ତି | ଲକ ଡାଉନ ଯୋଗୁଁ ବର୍ତ୍ତମାନ ଲୋକଙ୍କ ସ୍ମାର୍ଟ ଫୋନ ବ୍ୟବହାର ବଢିଯାଇଛି | ଫଳରେ ଆପଣଙ୍କ ଫୋନ ପାଇଁ ବଡ ବିପଦ ଦେଖା ଦେଇପାରେ | ଏହି ବିପଦକୁ ଦୃଷ୍ଟିରେ ରଖି ମୋବାଇଲ ବ୍ୟବହାରିକରିଙ୍କ ପାଇଁ ସିବିଆଇ ଆଲର୍ଟ ଜାରି କରିଛନ୍ତି | ଦେଶର ସବୁଠାରୁ ବଡ ଯାଞ୍ଚ ସଂସ୍ଥା ସିବିଆଇ ରାଜ୍ୟ ପୋଲିସ ଓ ଆଇନ ସଂସ୍ଥାଗୁଡିକୁ ଆଲର୍ଟ କରିଛନ୍ତି | ତେବେ ଏହି ଭୟଙ୍କର ଭାଇରସ ନିଜକୁ କରୋନା ଭାଇରସ ଅପଡେଟ ସହ ଜଡିତ ଥିବା ଦାବି କରୁଛି |

ଅଧିକାରୀ କହିଛନ୍ତି ଯେ, ସର୍ବେରସ ନାମକ ଏକ ବେକିଙ୍ଗ ଟ୍ରୋଜନ ଜରିଆରେ କୋଭିଡ-୧୯ ମହାମାରୀର ଫାଇଦା ଉଠାଇ ୟୁଜର୍ସଙ୍କୁ ନକଲି ଲିଙ୍କ ଡାଉନଲୋଡ଼ କରିବାକୁ ଏସଏମଏସ ପଠାଯାଉଛି | ଏଥିରେ ହ୍ୟାକ କଲାଭଳି ସଫ୍ଟୱେୟାର ରହିଥାଏ | ହ୍ୟାକର ଲିଙ୍କକୁ ଏହିଭଳି ଭାବେ ଡିଜାଇନ କରିଥାନ୍ତି ଯେ ତାକୁ ଦେଖିଲେ ବିଲକୁଲ ଅସଲି ଭଳି ଅନୁଭୂତ ହୋଇଥାଏ | ଲିଙ୍କରେ କ୍ଲିକ କରିବା ମାତ୍ରେ ସଫ୍ଟୱେୟାର ୟୁଜର୍ସଙ୍କ ଫୋନରେ ଡାଉନଲୋଡ଼ ହୋଇଯାଇଥାଏ ଏବଂ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ହ୍ୟାକରକୁ ଟ୍ରାନ୍ସଫର କରିଦେଇଥାଏ |

ଏକ୍ସପର୍ଟ କହିଛନ୍ତି ଯେ, ଯଦି ଏହି ସଫ୍ଟୱେୟାର ଥରେ ୟୁଜର୍ସଙ୍କ ଫୋନରେ ଡାଉନଲୋଡ଼ ହୋଇଯାଏ ତାହେଲେ ୟୁଜରଙ୍କ ପାଇଁ ବିପଦ ସୃଷ୍ଟି କରେ କାରଣ ୟୁଜରଙ୍କ ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ସୂଚନା ସହଜରେ ଚୋରି କରିଥାଏ | ହ୍ୟାକର ଏହି ଡାଟା ଚୋରି କରି ସମସ୍ତ ତଥ୍ୟକୁ କୌଣସି ଏକ ରିମୋର୍ଟ ସର୍ଭରକୁ ପଠାଇ ଦେଇଥାନ୍ତି | ଏହି ବିପଦରୁ ରକ୍ଷା ପାଇବା ପାଇଁ ସିବିଆଇ ଲୋକଙ୍କୁ ପରାମର୍ଶ ଦେଇଛି ଯେ କୌଣସି ଆପ୍ଲିକେସନ ଡାଉନଲୋଡ଼ କରିବା ପୂର୍ବରୁ ତାର ସୋର୍ସକୁ ଭଲ ଭାବେ ଦେଖନ୍ତୁ ଏବଂ ସବୁବେଳେ କୌଣସି ସୁରକ୍ଷିତ ପ୍ଲାଟଫର୍ମରୁ ହିଁ ଆପ୍ଲିକେସନ ଡାଉନଲୋଡ଼ କରନ୍ତୁ |

ଯେକୌଣସି ୱେବସାଇଟରୁ ଆପ୍ଲିକେସନ ଡାଉନଲୋଡ଼ କରିବା ପୂର୍ବରୁ ସେହି ୱେବସାଇଟ ସମ୍ବନ୍ଧରେ ସମ୍ପୂର୍ଣ ତଥ୍ୟ ଜାଣିବା ଦରକାର | ଏହାସହ ଯଦି ଫାଇନାନସିଲ ଟ୍ରାଞ୍ଜାକ୍ସନକରୁଛନ୍ତି ତାହେଲେ ଲିଙ୍କର ପ୍ରଥମରେ https ରହିଛି ନା ନାହିଁ ତାହା ନିଶ୍ଚୟ ଦେଖନ୍ତୁ ବୋଲି ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି | ଯଦି https ନାହିଁ ଏବଂ ଆପଣ ଏହି ଲିଙ୍କରେ କ୍ଲିକ କରନ୍ତି ତାହେଲେ ହ୍ୟାକର ସହଜରେ ଆପଣଙ୍କୁ ଶିକାର କରିପାରିବେ |

   Related Posts