ସଙ୍କଟରେ ପିଲାମାନଙ୍କ ଭବିଷ୍ୟତ,ଏବେ ଠାରୁ ହେବାକୁ ପଡ଼ିବ ସତର୍କ...

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ୨୧/୨: ଜଳବାୟୁ ପରିବର୍ତ୍ତନ ଦ୍ବାରା ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ଆଡ଼କୁ ଗତି କରୁଛି। କେବଳ ଭାରତ ନୁହେଁ ବିଭିନ୍ନ ଦେଶର ଜଳବାୟୁ ପରିବର୍ତ୍ତନ ଯୋଗୁଁ ପିଲାମାନଙ୍କ ଭବିଷ୍ୟତ ଆଜି ସଙ୍କଟରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁନିସେଫ୍‌ ଓ ନାମୀ ମେଡିକାଲ ଜର୍ନାଲ ଦ ଲ୍ୟାନସେଟ୍‌ର ରିପୋର୍ଟ ଅନୁସାରେ ପରିସ୍ଥିତିର କ୍ଷରଣ, ପର୍ଯ୍ୟାବରଣରେ ପରିବର୍ତ୍ତନ ଓ ମାର୍କେଟିଙ୍ଗ ଶୋଷଣକାରୀ ନୀତି ନିୟମ ଯୋଗୁଁ ଦେଶର ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ ନାହିଁ। ଘାତକ ଗ୍ରୀନ ହାଉସ୍‌ ଗ୍ୟାସ୍‌ର ଉତ୍ପାଦନ ସବୁଠାରୁ ଧନୀ ଦେଶଗୁଡିକରେ ରହିଛି। ଯାହାର ପ୍ରଭାବ ଗରିବ ଦେଶଗୁଡିକରେ ପଡ଼ିବା ସହ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ରିପୋର୍ଟ  ମୁତାବକ ଗତ ୨୦ ବର୍ଷ ଭିତରେ ଶିକ୍ଷା, ପୋଷଣ ଓ ସ୍ବାସ୍ଥ୍ୟ ଦିଗରେ ପିଲାମାନଙ୍କ ଅସ୍ତିତ୍ବ ସଙ୍କଟରେ ପଡ଼ିଛି। ବିଶ୍ବର ୪୦ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୨୦୧୫ ମସିହାରେ ସ୍ଥାୟୀ ବିକାଶ ଳକ୍ଷ୍ୟଦିଗରେ ସହମତି  ଦିଆଯାଇଥିଲା। କିନ୍ତୁ ଏହି ୫ ବର୍ଷ ଭିତରେ କିଛି ଦେଶ ଲକ୍ଷ୍ୟ ପୂରଣ କରି ସାରିଛନ୍ତି।

ରିପୋର୍ଟ ମୁତାବକ ମାର୍କେଟିଙ୍ଗ ଶୋଷଣ ନିୟମ ପିଲାମାନଙ୍କ ସ୍ବାସ୍ଥ୍ୟକୁ ଆହୁରି ଖରାପ କରି ଦେଉଛି। ୧୯୭୫ ମସିହାରେ ବିଶ୍ବର ୧.୧୦ କୋଟି ପିଲାଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖା ଦେଇଥିଲା। ଅର୍ଥାତ ସେମାନଙ୍କ ମୋଟାପଣ ବୃଦ୍ଧି ହୋଇଥିଲା। ତେବେ ୨୦୧୬ ମସିହାବେଳକୁ ଏହା ବୃଦ୍ଧି ହୋଇ ୧୨.୪୦ କୋଟିରେ ପହଞ୍ଚିଥିଲା। ଏହାର ମୁଖ୍ୟ କାରଣ ମାର୍କେଟିଙ୍ଗ ଶୋଷଣ ନିୟମ ଅର୍ଥାତ ଭୁଲ ତାରିକାରେ ଫାଷ୍ଟଫୁଡ୍ ଖାଦ୍ୟ ପ୍ରସ୍ତୁତି। ହୋଟେଲମାନଙ୍କରେ ଖାଦ୍ୟକୁ ଆକର୍ଷଣ କରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥର ମିଶ୍ରଣ ପିଲାଙ୍କ ସ୍ବାସ୍ଥ୍ୟକୁ ଖରାପ କରିଥାଏ। ରିପୋର୍ଟ ମୁତାବକ ୧୮୦ ଦେଶ ମଧ୍ୟରୁ ପିଲାମାନଙ୍କ ପାଇଁ ଅନୂକୁଳ ପରିବେଶ ହେଉଛି Norway, ଦକ୍ଷିଣ କୋରିଆ, ନେଦରଲ୍ୟାଣ୍ଡ, ଫ୍ରାନ୍ସ ଓ ଆୟାରଲ୍ୟାଣ୍ଡ। ସେହିଭଳି ପିଲାମାନଙ୍କ ଅନୁପଯୋଗ୍ୟ ଦେଶଗୁଡିକ ହେଲା ସୋମାଲିୟା, ନାଇଜେରିଆ ଓ ମାଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.