Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଅପସରାଙ୍କ ‘ଡେଞ୍ଜରସ୍’‌ ଫିଲ୍ମର ପୋଷ୍ଟର ରିଲିଜ୍‌: ବିଭିନ୍ନ ରଙ୍ଗଭଙ୍ଗୀର ଫଟୋ ଦେଖି ଟ୍ରୋଲ୍ କଲେ ୟୁଜର୍ସ, କହିଲେ…

12/10/2020 at 4:45 PM

ଗୋଆ୧୨/୧୦: କିଛି ମାସ ପରେ ପୁଣି ବଲିଉଡ୍‌ ଅଭିନେତ୍ରୀ ଅପସରା ରାଣୀଙ୍କୁ ନେଇ ଚର୍ଚ୍ଚା। ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଥ୍ରୀଲର ଫିଲ୍ମ ଜରିଆରେ ଅପସରା ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ସେତେବେଳେ ମଧ୍ୟ ତାଙ୍କ ପୋଷାକ ପରିଧାନ ବା ଡ୍ରେସ୍ କଷ୍ଟ୍ୟୁମ୍‌କୁ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା।

ଜଣେ ଓଡିଆ ଝିଅ ଭାବେ ଅପସରାଙ୍କ ଏଭଳି ହରକତ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟବାସୀ ମତ ପ୍ରକାଶ କରିଥିଲେ।

ଥ୍ରୀଲର ଫିଲ୍ମର କିଛିମାସ ପରେ ପୁଣି ଅପସରାଙ୍କ ଆଗାମୀ ଫିଲ୍ମ ଡେଞ୍ଜରସ୍‌ର ପୋଷ୍ଟର ରିଲିଜ୍‌ ହୋଇଛି।

ଏହି ଫିଲ୍ମରେ ନୈନା ଗାଙ୍ଗୁଲି ଓ  ଅପସରା ରାଣୀ ଅଭିନୟ କରିଛନ୍ତି। ଫିଲ୍ମଟି ଗୋଆରେ ସୁଟିଂ ଚାଲିଛି, ସେହି ସମୟର କିଛି ଫଟୋ ରାମ ଗୋପାଳ ବର୍ମା ସୋସିଆଲ ମିଡିଆରେ ପୋଷ୍ଟର କରିଛନ୍ତି।

ମୁଖ୍ୟ ଚରିତ୍ରରେ ଏହି ଦୁଇଜଣ ଅଭିନେତ୍ରୀ ନଜର ଆସିବେ।

ବର୍ତ୍ତମାନ ରିଲିଜ୍ ହୋଇଥିବା ଡ଼େଂଜରସ୍‌ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି।

   Related Posts