ଆଜି ରିଲିଜ୍ ହେବ 'ଡେଞ୍ଜରିୟସ'ର ଟ୍ରେଲର୍ : ଲିଡ୍ ରୋଲ୍‌ରେ ଓଡିଆ ଝିଅ ଅପ୍ସରା ରାଣୀ

Published By : Prameya-News7 Bureau | May 13, 2021 IST

ମୁମ୍ବାଇ,୧୩/୦୫: ଆଉ କିଛି ଦିନ ପରେ  ମୁକ୍ତିଲାଭ କରିବ ଦେଶର ପ୍ରଥମ ସମଲିଙ୍ଗୀ ସମ୍ପର୍କକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ର 'ଡେଞ୍ଜରିୟସ' । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାମଗୋପାଳ ବର୍ମା । ଗୁରୁବାର ପିଲ୍ମର ଟ୍ରେଲର୍ ରିଲିଜ୍ ହେବାକୁ ଯାଉଛି । ଏଥିରେ ସମଲିଙ୍ଗୀ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଅପସରା ରାଣୀଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲରକୁ ଦେଖିବା ପାଇଁ ଫ୍ୟାନ୍‌ମାନେ ଖୁବ୍ ଉତ୍ସୁକତାର ସହ ଅନାଇ ବସିଛନ୍ତି ।

ଅପସରା ରାଣୀ ନିଜ ଇନଷ୍ଟାଗ୍ରାମ୍ ପେଜରେ ପୋଷ୍ଟ କରି କହିଛନ୍ତି ଯେ, ଆସନ୍ତାକାଲି ଅପରାହ୍ନ ୫ଟାରେ ଫିଲ୍ମର ଟ୍ରେଲର୍ ରିଲିଡ୍ ହେବ । ଏବେ ତାଙ୍କର ପ୍ରତୀକ୍ଷା ସମାପ୍ତ ହୋଇଛି । ଏହା ହେଉଛି ଭାରତର ପ୍ରଥମ ସମଲିଙ୍ଗୀ ସମ୍ପର୍କକୁ ନେଇ ହୋଇଥିବା ଫିଲ୍ମ । ଏଥିରେ ପ୍ରେମ, ଅପରାଧ ଓ ଆକ୍ସନ ସବୁ ଦେଖିବାକୁ ମିଳିବ । ଏହାସହ ଧାରା ୩୭୭ ଅନୁସାରେ ସମଲିଙ୍ଗୀ ସମ୍ପର୍କ ଆଇନସମତ ବୋଲି କହିଛନ୍ତି ଅପସରା ।

wp:html
/wp:html

ଡେଞ୍ଜରିୟର ଚଳଚ୍ଚିତ୍ରର କାହାଣୀ ୨ ଜଣ ମହିଳାଙ୍କୁ ନେଇ ହୋଇଛି । ଏହି ଦୁଇ ମହିଳା ପ୍ରଥମେ ପୁରୁଷଙ୍କ ସହ ରହିଥିଲେ । ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଉଭୟ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରି ସେମାନେ ଅପରାଧ ଦୁନିଆରେ ପାଦ ରଖିଥିଲେ । ଏହାର କ୍ଲାଇମାକ୍ସ ମଧ୍ୟ ରୋମାଞ୍ଚକର ହୋଇଥିବା କୁହାଯାଉଛି ।

ଅପସରା ରାଣୀଙ୍କ ସହ ଏଥିରେ ଅଭିନୟ କରିଛନ୍ତି ନୈନା ଗାଙ୍ଗୁଲି । ଉଭୟ ପରସ୍ପର ପାଇଁ ମରିବା ଓ ମାରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ପ୍ରେମ କାହାଣୀ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.