Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଶୀତ ସମୟରେ କରୋନା ଭାଇରସ୍‌ର ନୂତନ ଲହରର ବିପଦ, ଏହି ଦେଶ ଜାରି କଲା ଚେତାବନୀ

4/10/2020 at 8:27 PM

ନୂଆଦିଲ୍ଲୀ ୦୪।୧୦: କରୋନା ଭାଇରସ୍‌ର ବିଶେଷଜ୍ଞ ଦୀର୍ଘ ଦିନରୁ ଥଣ୍ଡା ସମୟରେ ମହାମାରୀ ବଢିବାର ଆଶଙ୍କା ବ୍ୟକ୍ତ କରି ଆସିଛନ୍ତି। ଏବେ ବ୍ରିଟେନ୍ ଓ ପାକିସ୍ତାନ ଶୀତ ଋତୁରେ କରୋନାର ପ୍ରକୋପ ବଢିବା ନେଇ ଚେତାବନୀ ଜାରି କରିଛନ୍ତି।  ବିପଦକୁ ଦୃଷ୍ଟିରେ ରଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍ କରିଛନ୍ତି।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ଶୀତ ସମୟରେ କରୋନା ବଢିବାର ସମ୍ଭାବନା ଥିବା କହିଛନ୍ତି। ସେ  କହିଛନ୍ତି କ୍ରିସମାସ ସମୟରେ ସମ୍ଭବତଃ କରୋନା ସଂକ୍ରମଣ ବଢିପାରେ। ସେ ସ୍ଵୀକାର କରିଛନ୍ତି ଯେ, ଦେଶରେ ଲାଗୁ କଟକଣାରେ କିଛି ଲୋକ ଅସନ୍ତୁଷ୍ଟ ଅଛନ୍ତି। କିନ୍ତୁ ଏହା ସମାଧାନର ରାସ୍ତା ବୋଲି ଜନସନ କହିଛନ୍ତି। ଚଳିତ ବର୍ଷ ସବୁଠୁ ଅଧିକ ଥଣ୍ଡା ହୋଇପାରେ ଏବଂ ଆମକୁ ଏହା ସାମ୍ନା କରିବାକୁ ପଡିବ ବୋଲି ଜନସନ କହିଛନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ କହିଛନ୍ତି, ଶୀତ ଋତୁରେ କରୋନାର ଦ୍ଵିତୀୟ ଲହରର ବିପଦ ରହିଛି। ମୁଁ ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରୁଛି। ସମସ୍ତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା ଉଚିତ୍।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଶରୀରରେ ଏବେ ମଧ୍ୟ କରୋନାର ହାଲୁକା ଲକ୍ଷଣ ଥିବା ସଙ୍କେତକୁ ଖାରଜ କରିଛନ୍ତି। ଉଲ୍ଲେଖନୀୟ ଏପ୍ରିଲରେ କରୋନା ସଂକ୍ରମିତ ହେବା ପରେ ଜନସନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

   Related Posts