ପାଦ ଘା' ହୋଇପାରେ ଭୟଙ୍କର, ତାହା ମଧ୍ୟ କରୋନାର ଲକ୍ଷଣ !

Published By : Prameya-News7 Bureau | April 20, 2020 IST

ମହାମାରୀ କରୋନା ଭାଇରସର ଆତଙ୍କ ସାରା ବିଶ୍ୱରେ ଜାରି ରହିଛି । ଜ୍ୱର, କାଶ, ଥକାପଣ, ଥଣ୍ଡା, ଶ୍ୱାସକ୍ରିୟାରେ ସମସ୍ୟା, ଶୁଙ୍ଘିବାର କ୍ଷମତା କମିଯିବା, ଆଲର୍ଜି ଇତ୍ୟାଦି ଏହାର ପ୍ରମୁଖ ଲକ୍ଷଣ ମଧ୍ୟରେ ଅନ୍ୟତମ । ତେବେ ୟୁରୋପରେ ଡାକ୍ତରମାନେ ଏହାର ଏକ ନୂଆ ଲକ୍ଷଣ ସଂପର୍କରେ ପ୍ରକାଶ କରିଛନ୍ତି । ସେମାନଙ୍କ ଅନୁସାରେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ରୋଗୀଙ୍କର ପାଦରେ ଛୋଟ ଛୋଟ ଘା’ ହୋଇଥାଏ । ପ୍ରଥମେ ଏହି ଘା’ ଦେଖାଯିବା ପରେ କରୋନାର ଅନ୍ୟ ଲକ୍ଷଣ ଗୁଡ଼ିକ ଆସିଥାଏ ।

ରିପୋର୍ଟ ଅନୁସାରେ ୟୁରୋପର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଅଧିକାଂଶ କରୋନା ରୋଗୀଙ୍କର ପାଦରେ ଏହିଭଳି ଘା’ ଦେଖିବାକୁ ମିଳୁଛି । ଏହି ଘା’ ରୋଗୀଙ୍କର ପାଦର ଆଙ୍ଗୁଳି ଉପରେ, ଆଙ୍ଗୁଳିଗୁଡ଼ିକ ମଝିରେ କିମ୍ୱା ପାଦ ତଳେ ଦେଖାଯାଉଛି । ଏହାର ରଙ୍ଗ ଲାଲ୍‌ ନ ହେଲେ ଗୋଲାପୀ ହେଉଛି । ସମୟ ସମୟରେ ଏହା କୁଣ୍ଡାଇ ମଧ୍ୟ ହେଉଛି। ତେବେ ଆଶ୍ୱସ୍ତିର କଥା ହେଲା କରୋନା ଭଲ ହେବା ପରେ ସେହି ଘା’ ମଧ୍ୟ ଆପେ ଆପେ ଭଲ ହୋଇଯାଉଛି । ସେଥିପାଇଁ କିଛି ଅନ୍ୟ ଔଷଧ ଖାଇବା ଆବଶ୍ୟକ ପଡୁନାହିଁ । ଏହି ନୂଆ ଲକ୍ଷଣ କରୋନା ରୋଗୀଙ୍କ ଚିହ୍ନଟ ପାଇଁ ସହାୟକ ହୋଇପାରିବ ବୋଲି ଡାକ୍ତରମାନେ ଆଶା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.