Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଭାବନା ଉପରେ ଆଘାତ : ବିଭିନ୍ନ ଉତ୍ପାଦରେ ଆଦିବାସୀଙ୍କ ଚିତ୍ରକଳାକୁ ଅପବ୍ୟବହାର କରୁଛନ୍ତି ଇ-କମର୍ସ କମ୍ପାନୀ

30/05/2020 at 1:31 PM

ମୁନିଗୁଡା ୩୦।୫: ଇ-କମର୍ସ କମ୍ପାନୀ ବିରୋଧରେ ଡଙ୍ଗରିଆଙ୍କ ପାରମ୍ପରିକ କଳାକୁ ଚୋରୀ କରି ବ୍ୟବହାର କରିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଯେଉଁ ପାରମ୍ପରିକ ଚିତ୍ରକଳାକୁ ରାୟଗଡାର ଦୁର୍ଗମ ଇଲାକାରେ ରହୁଥିବା ଡଙ୍ଗରିଆ ପୂଜା କରନ୍ତି, ତାକୁ ଅସମ୍ମାନ କରିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ଯେଉଁ ଚିତ୍ରକଳା ଏବଂ ପ୍ରତୀକକୁ ଡଙ୍ଗରିଆମାନେ ପବିତ୍ର ମନେ କରନ୍ତି ସେସବୁ ଚିତ୍ର ଜୋତାରେ ବ୍ୟବହାର କରାଯାଉଛି ।

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ ଉପରେ ବସବାସ କରନ୍ତି ଆଦିମ ଡଙ୍ଗରିଆ ଆଦିବାସୀ । ଏମାନଙ୍କ ଜୀବନ ସହ ପରମ୍ପରା ଅଙ୍ଗାଙ୍ଗୀ ଭାବରେ ଜଡିତ । ମେରିଆ ପର୍ବ ହେଉଛି ଏମାନଙ୍କ ମୁଖ୍ୟ ପର୍ବ । ଏହି ଆଦିବାସୀମାନେ ନିଜ ଘରର କାନ୍ଥ ହେଉ ବା ପୂଜା ଗୃହରେ ନିଜ ହାତରେ ଆଙ୍କିଥାନ୍ତି ଏକ ନିର୍ଦ୍ଧିଷ୍ଟ ଚିତ୍ରକଳା ।

ଏହା ଅତି ଚିତ୍ତାକର୍ଷକ । ଏହି ଡିଜାଇନ୍ ବ୍ୟବହାର କରି ମହିଳାମାନେ ନିଜ ହାତରେ ତିଆରି କରିଥାନ୍ତି ସାଲ୍ । ଏହାକୁ ଆଦିବାସୀ ଭାଷାରେ କପଡାଗନ୍ଦା ବୋଲି କୁହାଯାଏ । ବିବାହ ଉତ୍ସବରେ ଏହାର ବ୍ୟବହାର ହୋଇଥାଏ ।

ଏବେ କିନ୍ତୁ ଡଙ୍ଗରିଆଙ୍କ ନାଁରେ ବିଭିନ୍ନ ଇ-କମର୍ସ ସାଇଟ୍ ଖୋଲି ଆଦିମ ଜନଜାତି ଡଙ୍ଗରିଆଙ୍କ ଅସଲ ସାମଗ୍ରୀ କହି ବିଭିନ୍ନ ସାମଗ୍ରୀ ବିକ୍ରି ଚାଲିଛି । ପୁଣି ଡଙ୍ଗରିଆଙ୍କ ଡିଜାଇନ୍ ବ୍ୟବହାର କରି ଚଢା ଦରରେ ବିକ୍ରି କରୁଛନ୍ତି କିଛି ଅସାଧୁ ବ୍ୟବସାୟୀ ।

ଏହି ଚିତ୍ର ସବୁରେ ନିୟମଗିରି ଦେବାଦେବୀଙ୍କ ପ୍ରତୀକ ରହିଛି, ଏହାକୁ ଚପଲରେ ସ୍ଥାନ ଦିଆଯାଇଥିବାରୁ ଆଦିବାସୀଙ୍କ କଳା ଓ ସଂସ୍କୃତି ସହ ଧର୍ମୀୟ ଭାବନା ପ୍ରତି କୁଠାରଘାତ କରିଛି ।

ଏନେଇ ଡଙ୍ଗରିଆ ମହିଳା ସରପଞ୍ଚ ଡ୍ରୀଞ୍ଜ ଜାକେସିକା ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଦିବାସୀ ଉନ୍ନୟନ ବିଭାଗକୁ ଟ୍ବିଟ୍ କରି ଜଣାଇଛନ୍ତି । ତୁରନ୍ତ ଏଭଳି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ବିଷମକଟକ ବିଧାୟକ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ଦେଇ କହିଛନ୍ତି, ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି । ଏହି ଡଙ୍ଗରିଆ କଳାର ଜିଆଇ ଟ୍ୟାଗ୍ ନେଇ ଆବେଦନ କରାଯାଇଛି । ଏପଟେ ଏହି ଚିତ୍ର କଳାକୁ ନେଇ ବେପାର କରାଯାଉଛି ଏବଂ ବେଆଇନ ଭାବରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଡଙ୍ଗରିଆଙ୍କ ନାଁ ଏବଂ ପରମ୍ପରାକୁ ବିକ୍ରି ପାଇଁ ବ୍ୟବହାର କରାଯାଉଛି ।

   Related Posts