ଇ -କମର୍ସ କମ୍ପାନୀ ବିରୋଧରେ ଡଙ୍ଗରିଆଙ୍କ କଳା ଚୋରୀ ଅଭିଯୋଗ, ଆଦିବାସୀ ଦେବାଦେବୀଙ୍କୁ ଅପମାନ

Published By : Prameya-News7 Bureau | May 30, 2020 IST

ରାୟଗଡା, ୩୦|୦୫: ଇ -କମର୍ସ କଂପାନୀ ବିରୋଧରେ ଡଙ୍ଗରିଆଙ୍କ କଳା ଚୋରୀ ଅଭିଯୋଗ । ଖାଲି ସେତିକି ନୁହେଁ ନିଜର ଯେଉଁ ପାରମ୍ପରିକ ଚିତ୍ରକଳାକୁ ରାଗୟଗାଡର ଦୁର୍ଗମ ଇଲାକାରେ ରହୁଥିବା ଡଙ୍ଗରିଆ ଆଦିବାସୀ ପୂଜା କରନ୍ତି ତାକୁ ଅସମ୍ମାନ କରିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ଆସିଛି ।ବିଭିନ୍ନ ଇ କମର୍ସ ୱେବ୍‌ସାଇଟ୍ ଏହି କଳାକୁ ଚୋରିକରି ଜୋତା ଭଳି ସାମଗ୍ରୀରେ ବ୍ୟବହାର କରିଛି । ଆଉ ଏହା ଡଙ୍ଗରିଆଙ୍କ ଅସଲି ସାମଗ୍ରୀ କହି ବ୍ୟବସାୟ କରୁଛି । ଏହି ଘଟଣା ନଜରକୁ ଆସିବା ପରେ ଡଙ୍ଗରିଆ ମହିଳା ସରପଞ୍ଚ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଦିବାସୀ ଉନ୍ନୟନ ବିଭାଗକୁ ଟ୍ବିଟ୍ କରି ଜଣାଇଛନ୍ତି । ତୁରନ୍ତ ଏଭଳି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

{"id":278637,"width":694,"height":386,"sizeSlug":"large"}

ଡଙ୍ଗରିଆ ଆଦିବାସୀଙ୍କ ପାରମ୍ପରିକ କଳା ଚୋରୀ । ଡଙ୍ଗରିଆ ଆଦିବାସୀ ଦେବାଦେବୀଙ୍କୁ ଖୁଲମଖୁଲା ଅପମାନ । ଦେଖନ୍ତୁ କିଭଳି ଯୋତାରେ ବ୍ୟବହାର ହୋଇଛି ରାୟଗଡା ବିଷମକଟକ ନିୟମଗିରି ପାହଡରେ ବସବାସ କରୁଥିବା ଆଦିମ ଡଙ୍ଗରିଆଙ୍କ କଳା । କିଛି ଇ କମର୍ସ କଂପାନୀ ଏହି କଳାକୁ ବ୍ୟବହାର କରି ବ୍ୟବସ୍ୟାୟ କରୁଥିବା ସଂଗୀନ ଅଭିଯୋଗ ଆସିଛି । ଯେଉଁ ପାରମ୍ପରିକ ଚିତ୍ରକଳା ଏହି ଯୋତାରେ ଦେଖୁଛନ୍ତି ସେହି କଳାକୁ ଡଙ୍ଗରିଆମାନେ ପବିତ୍ର ମନେ କରନ୍ତି ଏବଂ ପୂଜା କରନ୍ତି । ହେଲେ ଇ କମର୍ସ କଂପୀନାମାନେ ଏହା ଡଙ୍ଗରିଆଙ୍କ ଅସଲ ସାମଗ୍ରୀ ବୋଲି କହି ବେଆଇନ୍ ଭାବେ ବିକ୍ରି କରିବା ସହ ମୁନାଫା କମାଉଛନ୍ତି । ଏହି ଘଟଣାକୁ ନଜରକୁ ଆସିବା ପରେ ତାତିଛନ୍ତି ଡଙ୍ଗରିଆ ଆଦିବାସୀ । ଡଙ୍ଗରିଆ ମହିଳା ସରପଞ୍ଚ ଡ୍ରୀଞ୍ଜ ଜାକେସିକା ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଦିବାସୀ ଉନ୍ନୟନ ବିଭାଗକୁ ଟ୍ବିଟ୍ କରି ଜଣାଇଛନ୍ତି । ତୁରନ୍ତ ଏଭଳି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  I

 

{"id":278638,"width":691,"height":371,"sizeSlug":"large"}

ମେରିଆ ପର୍ବ ହେଉଛି ଡଙ୍ଗରିଆ ଆଦିବାସୀଙ୍କ ମୁଖ୍ୟ ପର୍ବ । ସେହି ପର୍ବ ବେଳେ ଡଙ୍ଗରିଆ ଆଦିବାସୀ ମାନେ ନିଜ ଘରର କାନ୍ଥ ହେଉ ଓ ପୂଜା ଗୃହରେ ଆଙ୍କିଥାନ୍ତି ଏଭଳି କିଛି ନିର୍ଦ୍ଧିଷ୍ଟ ଚିତ୍ରକଳା । ଏହି ଚିତ୍ର ସବୁରେ ନିୟମଗିରି ଦେବାଦେବୀଙ୍କ ପ୍ରତୀକ ଥାଏ । ଏହି ଡିଜାଇନ୍କୁ ସେଠାକାର ମହିଳା ମାନେ ବ୍ୟବହାର କରି ନିଜ ହାତରେ ସାଲ୍ ବି ତିଆରି କରିଥାନ୍ତି । ଯାହା ଆଦିବାସୀ ଭାଷାରେ କପଡାଗନ୍ଦା ବୋଲି କୁହାଯାଏ । ବିଶେଷକରି ବିବାହ ଉତ୍ସବରେ ଏହାର ବ୍ୟବହାର ହୋଇଥାଏ । ହେଲେ ଡଙ୍ଗରିଆଙ୍କ ଅଜାଣତରେ ଏବେ ଏହା ମହିଳାଙ୍କ ଯୋତାରେ ବ୍ୟବହାର କରାଯାଉଥିବାରୁ ଏହା ସେମାନଙ୍କ କଳା ଓ ସଂସ୍କୃତି ସହ ଧର୍ମୀୟ ଭାବନା ପ୍ରତି କୁଠାରଘାତ ହେଉଛି । ବିଷମକଟକ ବିଧାୟକ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ତହନ୍ତ ପାଇଁ ଜିଲ୍ଲାପ୍ରଶାସନକୁ ଦାୟିତ୍ବ ଦେଇଛନ୍ତି । ଡଙ୍ଗରିଆଙ୍କ ଏହି କଳାର GI ଟ୍ୟାଗ ନେଇ ଆବେଦନ କରାଯାଇଛି । ଏହା ପୂର୍ବରୁ ଏହି ଚିତ୍ର କଳାକୁ ବେଆଇନ ବ୍ୟବାହର କରାଯାଇ ବେପାର ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.