ନବରାତ୍ରରେ ଉତ୍ସବ ମୁଖର ଧରା ପୃଷ୍ଠ- ବିଭିନ୍ନ ସ୍ଥାନରେ ଚାଲିଛି ପାରମ୍ପରିକ ଦାଣ୍ଡିଆ ନୃତ୍ୟ

Published By : Prameya-News7 Bureau | October 04, 2019 IST

ନୂଆପଡା ୦୪।୧୦- ପୀଠମାନଙ୍କରେ  ଆରମ୍ଭ ହେ।ଇଛି ଷଷ୍ଠୀ ପୂଜା । ଦୂର୍ଗା ରେ ରାଜ୍ୟ ତଥା ସାରା ଦେଶରେ ମାଁ ଦୂର୍ଗା ଙ୍କ ପୂଜାର ମାହୋଲ ଦେଖିବାକୁ ମିଳୁଥିବା ବେଳେ ତା ଭିତରୁ ଦାଣ୍ଡିଆ ନୃତ୍ୟ ଅନ୍ୟତମ ।

{"id":166308}

ନୂଆପଡା ଜିଲ୍ଲା ପାଞ୍ଚଟି ବ୍ଲକ ର ଅନେକ ସ୍ଥାନରେ ନବରାତ୍ର ଚାଲିଥିବା ବେଳେ ମାଁ ଦୂର୍ଗାଙ୍କ ଆଗମନ ହୋଇ ସାରିଛି । ଦଶହରା ରେ ଦୁର୍ଗାପୂଜା ସହ ଯୋଡି ହୋଇଯାଏ ଆଉ ଏକ ଉତ୍ସବ ଦାଣ୍ଡିଆ ନୃତ୍ୟ । ଏହାର ମଜା ନେବା ପାଇଁ ଛୁଆ ରୁ ବୁଢା ପର୍ଯ୍ୟନ୍ତ ଅପେକ୍ଷା କରି ଥାଆନ୍ତି ଏହି ଦଶହରା ପର୍ବକୁ । ନଅ ଦିନ ଧରି ବିଭିର୍ନ୍ନ ସ୍ଥାନରେ ଦାଣ୍ଡିଆ ନୃତ୍ୟ ର ଆୟୋଜନ କରାଯାଇଥାଏ ।

{"id":166309}

ନୂଆପଡା ଠାରେ ଚାଲୁଥିବା ଦୁର୍ଗାପୁଜା ମେଢ ପାଖାପାଖି ଦାଣ୍ଡିଆ ନୃତ୍ୟ ହେଉଥିବା ବେଳେ ଛୋଟ ,ବଡ , ଯୁବକ , ଯୁବତି ତା ସହ ବିବାହିତ ମହିଳା ମଧ୍ୟ ସାମିଲ ହୋଇ ଦାଣ୍ଡିଆ ନୃତ୍ୟ ର ମଜା ନେଇ ଥାଆନ୍ତି । ନୂଆପଡା ର ତେଲିପଡା , ସିରତୋଲ ଏବଂ ମନ୍ଦିର ପଡା ରେ ଧୁମ ଧାମ ରେ ଚାଲିଛି ଦାଣ୍ଡିଆ ନୃତ୍ୟ ।

{"id":166310}

ଦାଣ୍ଡିଆ ନୃତ୍ୟ ମାଧ୍ୟମରେ ମାଁ ଦୁର୍ଗା ମହିଷାସୁର କୁ ବଧ କରିଥିବା ବେଳେ ଆଜି ଯୁଗରେ ନରରୂପୀ ରାକ୍ଷସମାନଙ୍କୁ ଦମନ କରିବା ପାଇଁ ମାଁ ଙ୍କ ଶକ୍ତି କାମନା ସହ ଦାଣ୍ଡିଆ ନୃତ୍ୟ ହେଉଥିବା କୁହନ୍ତି । ତା ସହ ଦୁର ଦୁରାନ୍ତରେ ରହୁଥିବା ଲୋକେ ଏକାଠି ହେବାର ସୁଯୋଗ ମଧ୍ୟ ଏହି ଦାଣ୍ଡିଆ ନୃତ୍ୟ ଦେଇଥାଏ ।ଯାହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଙ୍କ ଭିଡ ମଧ୍ୟ ହୋଇଥାଏ ।

{"id":166312}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.