Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସପ୍‌ନା ଚୌଧୁରୀଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଥାନା ବାବୁ, ପରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କଲେ ଦୁଷ୍କର୍ମ

15/10/2021 at 9:02 PM

ମେରଠ ୧୫/୧୦: ଖାକି ବର୍ଦ୍ଦିର ଗରମ ଦେଖାଇ ମହିଳାଙ୍କୁ ୩ ବର୍ଷ ହେଲା ଦୁଷ୍କର୍ମ କରିଆସୁଛନ୍ତି ଥାନାଧିକାରୀ । ଛୋଟ ଝିଅର ମୁଣ୍ଡରେ ବନ୍ଧୁକ ଲଗାଇ ମା’କୁ ଦୁଷ୍କର୍ମ କରୁଥିଲେ ଥାନା ବାବୁ। ଏନେଇ ଖୋଦ ମହିଳା ଏସଏସପିଙ୍କ ପାଖରେ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ମହିଳା ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ୩ ବର୍ଷ ପୁର୍ବେ ତାଙ୍କର ଜଣେ ବନ୍ଧୁଙ୍କର ସ୍କୁଟର ହଜିଯାଇଥିଲା। ଏହାର ରିପୋର୍ଟ ଲେଖିବାକୁ ସେ ମାଧବପୁର ଥାନାକୁ ଯାଇଥିଲେ।

ସେଠାରେ ଥାନାଧିକାରୀ ଥିଲେ ଅରୁଣ କୁମାର। ସ୍କୁଟର ଖୋଜିବା ବାହାନାରେ ମହିଳାଙ୍କ ନମ୍ବର ନେଇଯାଇଥିଲେ ଅରୁଣ । ପରେ ମହିଳାଙ୍କୁ ହଇରାଣ କରିଥିଲେ। ଏପରିକି ଅଗଷ୍ଟ ୧୫, ୨୦୧୮ରେ ମହିଳାଙ୍କ ଘରେ ପହଞ୍ଚି ଅରୁଣ କୁମାର ବନ୍ଧୁକର ଭୟ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ତାଙ୍କ ଛୋଟ ଝିଅର ମୁଣ୍ଡରେ ଅରୁଣ ବନ୍ଧୁକ ଲଗାଇଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।

ଏବେ ଅରୁଣ ହସ୍ତିନାପୁରରେ ମୁତୟନ ହୋଇଛନ୍ତି। ଡିସେମ୍ବର ୬, ୨୦୨୦ରେ ଅରୁଣ ମହିଳାଙ୍କୁ ଫୋନ୍‌ କରି ହସ୍ତିନାପୁର ଆସିବାକୁ କହିଥିଲେ। କିନ୍ତୁ ମହିଳା ଗଙ୍ଗାନଗରରେ ନିଜର ବନ୍ଧୁଙ୍କ ଘରେ ଥିବା କହିଥିଲେ। ପରେ ଅରୁଣ ପୀଡ଼ିତାଙ୍କୁ ଧମକ ଦେଇ ମସୁରୀକୁ ଆସିବାକୁ କହିଥିଲେ। ପୀଡ଼ିତା ପହଞ୍ଚିବା ପରେ ତାଙ୍କୁ ଭଦ୍ରକାଳୀ ଥାନାକୁ ନେଇଯାଇଥିଲେ ଅରୁଣ ।ସେଠାରେ ଅନ୍ୟ ଜଣେ ପୋଲିସ ଅଧିକାରୀ ଅରୁଣଙ୍କୁ ତାଗିଦ କରିବାରୁ ସେ ତାଙ୍କୁ ହସ୍ତିନାପୁର ଜଙ୍ଗଲକୁ ନେଇଯାଇଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ମହିଳାଙ୍କ ସ୍ବାମୀଙ୍କୁ ଗଞ୍ଜେଇ କେସ୍‌ରେ ଫସାଇଦେବେ ବୋଲି ଧମକ ଦେଉଥିଲେ ଅରୁଣ। ଅରୁଣର ବ୍ୟବହାରରେ ​‌ସେ ଅତିଷ୍ଠ ହୋଇପଡ଼ିଥିବା କହିଛନ୍ତି। ଥାନାବାବୁଙ୍କ ଭିଡିଓ ମଧ୍ୟ ଏବେ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ସପ୍‌ନା ଚୌଧୁରୀଙ୍କ ଗୀତରେ ମହିଳାଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହା ପରେ ଦେହାତ ଏସପି ତଦନ୍ତ ଆରମ୍ଭ କରିଦେଇଛନ୍ତି।

   Related Posts