ବନ୍ଦ କାର୍‌ ଭିତରେ ଚାଲିଥିଲା ରୋମାନ୍ସ, ବାଜୁଥିଲା ମ୍ୟୁଜିକ୍‌ : ଧରାପଡିଗଲେ ଅଭିନେତ୍ରୀ ଓ ସାମ୍ବାଦିକ, ଆଉ ତା’ପରେ…

Published By : Prameya-News7 Bureau | June 23, 2021 IST

ଭୁବନେଶ୍ୱର ୨୩।୦୬: ମ୍ୟୁଜିକ୍‌ର ତାଳେ ତାଳେ ଚାଲିଥିଲା ରୋମାନ୍ସ । ଡାକିଲେ ବି ସେମାନଙ୍କୁ କିଛି ଶୁଭିନଥିଲା । ଗାଡି ଭିତରେ ଚାଲିଥିଲା ରୋମାନ୍ସ । ସମୟ ରାତି ପ୍ରାୟ ୩ଟା । ଇନଫୋସିଟି ଚନ୍ଦକା ଶିଳ୍ପାଞ୍ଚଳ ରାସ୍ତାରେ ଠିଆ ହୋଇଥିଲା ଏକ ନାଲି ରଙ୍ଗର କାର, ଏବଂ କାର ଭିତରେ ଥିଲେ ପ୍ରେମୀଯୁଗଳ । କାର୍ ଭିତରେ ଥିଲେ ଜଣେ ଅଭିନେତ୍ରୀଙ୍କ ସହ ଜଣେ ସାମ୍ବାଦିକ । ବେଶି ନାଁ କରା ଅଭିନେତ୍ରୀ ନହେଲେ ବି ନୂଆ ନୂଆ ଆଲବମରେ ଅଭିନୟ କରୁଛନ୍ତି । ସାମ୍ବାଦିକ ଜଣଙ୍କ ଏତେ ଜଣା ଶୁଣା ନହେଲେ ବି ଏକ ନ୍ୟୁଜ୍‌ ପୋର୍ଟାଲରେ କାମ କରୁଛନ୍ତି । ଗାଡି ଭିତରେ ଚାଲିଥିଲା ରୋମାନ୍ସ । ଯେତେବେଳେ ପିସିଆର ଭ୍ୟାନ ଆସି ସେଠାରେ ପହଞ୍ଚିଲା ସେମାନଙ୍କର ଚେତା ପସିଥିଲା । ଅସଞ୍ଜତ ଅବସ୍ଥାରେ କାର ଭିତରୁ ବାହାରିଥିଲେ ପ୍ରେମୀଯୁଗଳ । ଭୁଲ ମାଗି ଘରକୁ ଯାଇଥିଲେ ।

ଖବର ଅନୁଯାୟୀ,  ସହର ସାରା ଚକ୍କର ମାରିବା ପରେ ସେଠାରେ ପହଞ୍ଚିଥିଲେ ଅଭିନେତ୍ରୀ ରୁପାଲୀ(ଛଦ୍ମନାମ)  ଓ ସାମ୍ବାଦିକ ମନୋଜ (ଛଦ୍ମନାମ) । ଶୁନ୍‌ଶାନ୍‌ ଅନ୍ଧାର ରାସ୍ତା ହୋଇଥିବାରୁ ଗଛ ମୂଳରେ ଗାଡି ଲଗାଇ ଡୋର ବନ୍ଦ କରି ଦେଇଥିଲେ । କାର୍ ଭିତରେ ଚାଲିଥିଲା ରୋମାନ୍ସ । ସେହିବାଟରେ କାହାର ଯାତାୟାତ ନଥିବାରୁ କାହାର ନଜର ପଡୁନଥିଲା । ତେବେ ଡ୍ୟୁଟିକୁ ଯାଉଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ନଜର ପଡ଼ିଥିଲା ଦୋହଲୁଥିବା କାର ଉପରେ । ଏନେଇ ସେ ପିସିଆର ଭ୍ୟାନକୁ ଫୋନ୍‌ କରି ଜଣାଇଥିଲେ । ପୁଲିସ ସେଠାରେ ପହଞ୍ଚି କାର ଡୋର ବାଡେଇ ଥିଲା । ହେଲେ ମ୍ୟୁଜିକ୍‌ର ତାଳେ ତାଳେ ଏମିତି ରୋମାନ୍ସରେ ବ୍ୟସ୍ତ ଥିଲେ ଯେ ସେମାନଙ୍କୁ କିଛି ଶୁଭିନଥିଲା । ପୁଲିସ ଡୋରକୁ ଜୋରରେ ଧକ୍କା ଦେବା ପରେ ତାଙ୍କର ସବୁ ନିଶା ଉତୁରି ଯାଇଥିଲା । ଅସଞ୍ଜତ ଆବସ୍ଥାରେ ଦୁଇ ଜଣ ଯାକ ବାହାରକୁ ଆସିଥିଲେ । ସାମ୍ବାଦିକ ଜଣଙ୍କ ମଦ୍ୟପାନ କରିଥିଲେ । ପ୍ରଥମେ ଆଇକାର୍ଡ ଦେଖାଇ ପୁଲିସକୁ ନାଲିଆଖି ଦେଖାଇଥିଲେ । ପୁଲିସ କିଛି ନଶୁଣି ସେମାନଙ୍କୁ ଥାନାକୁ ଯିବା ପାଇଁ କହିଥିଲା । ଥାନା ନାଁ ଶୁଣି ଦୁଇ ଜଣ ଯାକ ହଡବଡେଇ ଯାଇଥିଲେ । ଶେଷରେ ପୁଲିସକୁ ଭୁଲ ମାଗି ଛାଡିଦେବାକୁ କାକୁତିମିନତି ହୋଇଥିଲେ । ରାସ୍ତାରେ ଏମିତି ରୋମାନ୍ସ ନକରିବାକୁ ତାଗିଦ୍‌ କରି ପୁଲିସ ସେମାନଙ୍କୁ ଛାଡି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.