ନିଶା ସେବନ ପାଇଁ ନିଜର ୫ ମାସର ଶିଶୁ କନ୍ୟାକୁ ବିକି ଦେଇଥିଲେ ଜଣେ ମହିଳା, ଧଳା ଜହରର ମାୟାଜାଲରୁ ମୁକୁଳିବା ପରେ ଦୟନୀୟ ଚିତ୍ର ବଖାଣିଲେ ଡ୍ୟାନସର୍

Published By : Prameya-News7 Bureau | May 09, 2020 IST

ଜଳନ୍ଧର, ୦୯|୦୫:    କରୋନା ସଙ୍କଟ ମଧ୍ୟରେ ପଞ୍ଜାବରେ ଗତ ଏକ ମାସ ମଧ୍ୟରେ ପ୍ରାୟ ୬୦ ହଜାରରୁ ଅଧିକ ଯୁ ବକ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।  ନିଶା ନମିଳିବାରୁ ସେମାନେ ବାଧ୍ୟ ହୋଇ ମୁକ୍ତିକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ତେବେ ନିଶାର ମାୟାଜାଲରେ ଫସିବା ନେଇ ସେମାନଙ୍କ କାହାଣୀ ମଧ୍ୟ ଅଧିକ ଦୁଃଖଦପୂର୍ଣ୍ଣ ।  ଗୁରୁଦାସପୁରର ଜଣେ ଡ୍ୟାନସରଙ୍କ କାହାଣୀ ଶୁଣିଲେ ଆଖିରୁ ଲୁହ ଝରିଯିବ । ସେ ନିଶା ଦ୍ୱାରା କବଳିତ ହୋଇ ସମସ୍ତଙ୍କଠାରୁ ଦୂରେଇ ଯାଇଥିଲେ । ଏବେ ଲକଡାଉନ୍ ପାଇଁ ନିଶା ନମିଳିବାରୁ ତାଙ୍କୁ ରେଡକ୍ରସର ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏବେ ସେ ନିଜ ପ୍ରକୃତ ଜୀବନକୁ ଫେରିଛନ୍ତି। ଏପରିକି ତାଙ୍କର ଜଣେ ବାନ୍ଧବୀ କିପରି ନିଶା ଖାଇବା ପାଇଁ ନିଜର ୫ ମାସର ଶିଶୁ କନ୍ୟାକୁ ବିକିଥିଲେ ତାହା ମଧ୍ୟ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ଦେଇଥିବା ବୟାନରେ ସେ କହିଛନ୍ତି ଯେ, ସେ ଗତ ୨ ବର୍ଷ ଧରି ନିଶାର ମାୟାଜଲରେ ଫସିଥିଲେ । ସେ ଏକ ବର୍ଷ ଧରି ହିରୋଇନ୍ ସେବନ କରୁଥିଲେ । ସେ ନିଶାସେବନ ପାଇଁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ନଷ୍ଟ କରିଛନ୍ତି । ଏବେ ସେ ନିଶାମୁକ୍ତି କେନ୍ଦ୍ରରେ ୯ଦିନ ରହି ଫେରିଛନ୍ତି ।  ରେଡକ୍ରସ୍ ହସ୍ପିଟାଲକୁ ଆସିବା ପୂର୍ବରୁ ଯଦି ସେ ନିଶା ପାଇଁ ପାଗଳ ଭଳି ହେବେ ତେବେ ତାଙ୍କ ସହ କିପରି ବ୍ୟବହାର କରାଯିବ ବୋଲି ସେ ଚିନ୍ତା କରୁଥିଲେ । କିନ୍ତୁ ୯ଦିନିରେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଛନ୍ତି । ଏପରିକି ସେ ପଞ୍ଜାବର ଯୁବକଙ୍କ ମଧ୍ୟ ନିଶାର ମାୟାଜଲରୁ ବାହାରିବା ପାଇଁ ସେ ନିବେଦନ କରିଛନ୍ତି ।

କରୋନା ସଙ୍କଟ ଦେଇ ପଞ୍ଜାବ ଗତି କରୁଥିଲେ ମଧ୍ୟ ଏଠାରେ ନିଶା କାରବାର ଉପରେ ରୋକ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ଗତ ୩୦ ଦିନରେ ପ୍ରାୟ ୬୦ ହଜାର ଯୁବକ-ଯୁବତୀ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏବେ ଏହି ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.