ଚହଲଙ୍କ ଭାବି ପତ୍ନୀ ଧନଶ୍ରୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରୁଛନ୍ତି ୟୁଜର

Published By : Prameya-News7 Bureau | November 27, 2020 IST

ସିଡନୀ,୨୭/୧୧:  ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ସେ ଟି୨୦ ଓ ଦିନିକିଆ ଦଳରେ ସାମିଲ ହୋଇଛନ୍ତି । ସିରିଜରେ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଚହଲ ଏବେ ନିଜ ଭାବି ପତ୍ନୀ ଧନଶ୍ରୀଙ୍କ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଏହା ମଧ୍ୟରେ ଧନଶ୍ରୀଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଖୁବ୍ ଦମଦାର ଲାଗୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜରମାନେ ମଧ୍ୟ ଏହାକୁ ନେଇ କମେଣ୍ଟ୍ କରିଛନ୍ତି ।

ଧନଶ୍ରୀ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ସେ ବଲିଉଡର ଏକ ଗୀତରେ ଡ୍ୟାନ୍ସ କରୁଛନ୍ତି । ଭିଡିଓ କ୍ୟାପସନରେ ସେ ଲେଖିଛନ୍ତି ଯେ, କଣ ଏହି ଡ୍ୟାନ୍ସ ବିବାହ ନୃତ୍ୟକୁ ମ୍ୟାଚ୍ କରିପାରିବ । ଭିଡିଓକୁ ୟୁଜର ଖୁବ୍ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ଧନଶ୍ରୀ ହେଉଛନ୍ତି ଜଣେ କୋରିଓଗ୍ରାଫର । ସେ ଲଗାତର ଭାବେ ନିଜ ଡ୍ୟାନ୍ସ ଭିଡିଓ ସେୟାର କରିଥାନ୍ତି ।

wp:html
/wp:html

ସେ ଆଇପିଏଲ-୨୦୨୦ ସମୟରେ ଦୁବାଇରେ ପହଁଚିଥିଲେ । ଏହାସହ ଚହଲଙ୍କ ସହ ସମୟ ଅତିବାହିତ କରିଥିଲେ । ଏପରିକି ସେ ଆରସିବି ସହ ନଜର ଆସିଥିଲେ । ସୂଚନାଯୋଗ୍ୟ, ଚଳିତ ବର୍ଷ ଚହଲ ଓ ଧନଶ୍ରୀଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.