କରୋନା ୱାର୍ଡରେ ଡ୍ୟାନ୍ସ୍ ସେସନ୍ : ଭିଡିଓ ଭାଇରାଲ୍

Published By : Prameya-News7 Bureau | May 11, 2020 IST

ଜଳନ୍ଧର ୧୧/୦୫ : କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ଚିନ୍ତିତ ଅଛି | କରୋନାର ତାଣ୍ଡବ ଲୀଳା କୋଟି କୋଟି ଜନତାଙ୍କ ମୁହଁର ହସ ଛଡେଇ ନେଇଛି | ଜଳନ୍ଧର ସିଭିଲ ହସ୍ପିଟାଲରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ଡଜନରୁ ଅଧିକ ରହିଛି | ଏମାନଙ୍କ ମଧ୍ୟରୁ ନଗର ନିଗମର ୫ଜଣ ଅଧିକାରୀ ଓ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି | ଏହି କର୍ମଚାରୀମାନେ ସିଭିଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ପ୍ରତିଦିନ ଡ୍ୟାନ୍ସ ସେସନ କରୁଛନ୍ତି | ଏହି ଡ୍ୟାନ୍ସ ସେସନର ଏକା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି |

{"id":268059,"width":577,"height":324,"sizeSlug":"large"}

ନଗର ନିଗମର ସାନିଟାଇଜର ବିଭାଗର ସୁପରଭାଇଜର ଗୋପାଳ ଖୋସଲା, ସାନିଟାରୀ ଇନ୍ସପେକ୍ଟର ନରେଶ ବାତ୍ରା, ପ୍ରେମ, ରିଙ୍କୁ ତଥା ଅନ୍ୟମାନେ ମୋବାଇଲରେ ପଂଜାବୀ ଗୀତ ଲଗାଇ ସକାଳେ ସନ୍ଧ୍ୟାରେ ଡ୍ୟାନ୍ସ କରୁଛନ୍ତି | ଏଥିରେ ୱାର୍ଡ ଏଟେଣ୍ଡାଣ୍ଟ ଗୋପୀ ମଧ୍ୟ ତାଙ୍କୁ ପୁର୍ଣ ସହଯୋଗ କରିଥାନ୍ତି | ଗୋପାଳ ଖୋସଲା କହିଛନ୍ତି ଯେ, ପାଖାପାଖି ସମସ୍ତ ରୋଗୀଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ନାହିଁ | ସେଥିପାଇଁ ସିଭିଲ ହସ୍ପିଟାଲର ବୋଝ କମ କରିବା ପାଇଁ ପ୍ରଶାସନକୁ ଲକ୍ଷଣ ନଥିବା ରୋଗୀଙ୍କ ଯାଞ୍ଚ କରି ତାଙ୍କୁ ନିଜ ନିଜ ଘରେ ଆଇସୋଲେଟ କରିବା ବିଷୟ ଚିନ୍ତା କରିବା ଦରକାର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.