ଡ୍ୟାନ୍ସ ପ୍ଲସ୍ ସିଜନ୍ ୫ର ବିଜେତା ହେଲେ ରୂପେଶ : ମିଳିଲା ଟ୍ରଫି ସହ ୧୫ଲକ୍ଷ ଟଙ୍କା

Published By : Prameya-News7 Bureau | February 23, 2020 IST

ମୁମ୍ବାଇ ୨୩/୨: ଛୋଟ ପରଦାର ଡ୍ୟାନ୍ସ ରିୟଲିଟି ଶୋ ଡାନ୍ସ ପ୍ଲସ୍ ସିଜନ୍ ୫ର ବିଜେତା ମିଳି ଯାଇଛନ୍ତି। ରୂପେଶ ଡ୍ୟାନ୍ସ ପ୍ଲସ୍ ୫ର ବିଜେତା ହୋଇଛନ୍ତି। ସେ ଧର୍ମେଶ ୟେଲାଣ୍ଡେଙ୍କ ଟିମର ଥିଲେ। ଫିନାଲେର ରେସରେ ଜନମ ଡ୍ୟାନ୍ସ ଗ୍ରୃପ୍,ସଚିନ୍ତା-ସୁବ୍ରତ ଏବଂ ଦୀପିକା-ରୂପେଶ ଥିଲେ। ଜନମ ଡ୍ୟାନ୍ସ ଗ୍ରୃପ୍ ଫିନାଲେରେ ଫାର୍ଷ୍ଟ ରନରଅପ୍ ହୋଇଥିଲେ। ବିଜେତା ଘୋଷଣା ଶୋ ର ଜଜ୍ ଏବଂ କୋରିଓଗ୍ରାଫର ରେମୋ ଡିସୁଜା କରିଥିଲେ।

{"id":228062,"sizeSlug":"large"}

ଡ୍ୟାନ୍ସ ପ୍ଲସ୍ ସିଜନ୍ ୫ ଜିତିବା ପରେ ରୂପେଶ ବନେଙ୍କୁ ଟ୍ରଫି ସହ ୧୫ଲକ୍ଷ ଟଙ୍କାର ପୁରସ୍କାର ମିଳିଛି। ରେମୋ ଡିସୁଜା ବିଜେତା ହିସାବରେ ରୂପେଶଙ୍କ ନାଁ ଘୋଷଣା କରିବାରୁ ସେ ଖୁସିରେ ଷ୍ଟେଜରେ ଡେଇଁବାକୁ ଲାଗିଲେ ଏବଂ ସର୍ଟଲେସ୍ ହୋଇ ଯାଇଥିଲେ। ଏହା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ଡ୍ୟାନ୍ସ ପ୍ଲସ୍ ୫ର ବିଜେତା ଟ୍ରଫି ଦେଇଥିଲେ। ଏହି ସମୟରେ ରୂପେଶଙ୍କ ମାଆ ଏବଂ ତାଙ୍କ ଭାଇ ଭାବୁକ ହୋଇ ଯାଇଥିଲେ।

{"id":228063,"sizeSlug":"large"}

ଡ୍ୟାନ୍ସ ପ୍ଲସ୍ ୫ର ଫିନାଲେରେ ବଲିଉଡର କେତେକ ଷ୍ଟାର୍ ସାମିଲ ହୋଇଥିଲେ। ଫିନାଲେରେ ବଲିଉଡର ଦିଗ୍ଗଜ କଳାକାର ଧର୍ମେନ୍ଦ୍ର,ମିଥୁନ ଚକ୍ରବର୍ତ୍ତୀ,ପଞ୍ଜାବୀ ଗାୟକ ଗୁରୁ ରନ୍ଧାଓ୍ବା ଏବଂ ବାଗି ୩ର ଷ୍ଟାରକାଷ୍ଟ୍ ଟାଇଗର ଶ୍ରଫ୍ ଏବଂ ଶ୍ରଦ୍ଧା କପୁର ନଜର ଆସିଥିଲେ। ଏହି ସମସ୍ତ ଷ୍ଟାର୍ ଫିନାଲେରେ ଥିବା ପ୍ରତିଯୋଗୀଙ୍କ ଉତ୍ସାହ ବଢ଼ାଇବା ସହ ନିଜ ପରଫରମନ୍ସରେ ଦର୍ଶକଙ୍କ ହୃଦୟ ଜିତିଥିଲେ।

{"id":228064,"sizeSlug":"large"}

 ଡ୍ୟାନ୍ସ ପ୍ଲସ୍ ୫ର ସେଟରେ ଶ୍ରଦ୍ଧା କପୁର ଏବଂ ଟାଇଗର ଶ୍ରଫ୍ ନିଜର ଦମଦାର ପରଫରମନ୍ସ ଦେଇଥିଲେ। ଦିଗ୍ଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିଜ ଫିଲ୍ମ ‘ତୁମସେ ମିଲକର ନା ଜାନେ କ୍ୟୁଁ’ ରିକ୍ରିଏଟ୍ କରି ପରଫରମନ୍ସ ଦେଇଥିଲେ। ଏହା ବ୍ୟତୀତ ଟିମର ସମସ୍ତ କ୍ୟାପଟେନ୍ କରିଶ୍ମା ଚହ୍ୟାଣ,ସୁରେଶ ମୁକୁନ୍ଦ,ଧର୍ମେଶ ୟେଲାଣ୍ଡେ ଏବଂ ପୁନୀତ ପାଠକ ମଧ୍ୟ ନିଜର ଜବରଦସ୍ତ ପରଫରମନ୍ସ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.