Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ସଂକ୍ରମଣରେ ‘ଡ୍ୟାନ୍ସ ଦିୱାନ-୩’ର ହୋଷ୍ଟ ରାଘବ ଜୁୟାଲ୍

22/04/2021 at 10:38 AM

ମୁମ୍ବାଇ ୨୨/୦୪: ‘ଡ୍ୟାନ୍ସ ଦିୱାନ-୩’ର ହୋଷ୍ଟ ରାଘବ ଜୁୟାଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏକ ପୋଷ୍ଟରେ ଏହାର ସୂଚନା ଦେଇଛନ୍ତି । ଏହାପୂର୍ବରୁ ଶୋ’ର ଜଣେ ଜଜ୍ ଧର୍ମେଶ ଏବଂ ୧୮ ଜଣ କ୍ରୁ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ । ଧର୍ମେଶଙ୍କ କୋଭିଡ୍ ପଜିଟିଭ୍ ହେବା ପରେ ତାଙ୍କ ସ୍ଥାନ କୋରିଓଗ୍ରାଫର ପୁନିତ ପାଠକ ନେଇଥିଲେ । ସେମାନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ ଏବଂ ତୁଷାର କାଲିଆ ମଧ୍ୟ ଜଜ୍ ଅଛନ୍ତି ।

ରାଘବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ‘ଜ୍ୱର ଏବଂ କାଶ ପରେ ମୋର କୋଭିଡ ଟେଷ୍ଟ ପଜେଟିଭ୍ ଆସିଛି । ନିକଟରେ ଯେ କେହି ମୋ ସମ୍ପର୍କରେ ଆସିଛନ୍ତି ସେ ନିଜର ଯତ୍ନ ନିଅନ୍ତୁ ଏବଂ ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ‘

ରାଘବଙ୍କ ଏହି ପୋଷ୍ଟରେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କମେଣ୍ଟରେ ଲେଖିଛନ୍ତି – ‘ଆରେ ଭାଇ ଯତ୍ନ ନିଅ, ଶୀଘ୍ର ଠିକ ହୋଇଯାଅ, ବହୁତ ମଜା କରିବାର ଅଛି ।’ ଅଭିନେତ୍ରୀ ଆଶା ନେଗି ଲେଖିଛନ୍ତି, ‘ଯତ୍ନ ନିଅ ଭାଇ’। ମୋହିନା କୁମାରୀ କମେଣ୍ଟ ଦେଇଛନ୍ତି- ‘ ଯତ୍ନ ନିଅ ରାଘବ, ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ‘

ଯେତେବେଳେ ‘ଡ୍ୟାନ୍ସ ଦିୱାନ ୩’ ସେଟରେ ଅନେକ କ୍ରୁ ସଦସ୍ୟ କୋଭିଡ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା, ନିର୍ମାତାମାନେ କହିଥିଲେ ଯେ ସେଟ୍ କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି । ମାଧୁରୀ ଦୀକ୍ଷିତ ଏବଂ ରାଘବ ଜୁୟାଲ ମଧ୍ୟ ସେହି ସମୟରେ କରୋନା ଟେଷ୍ଟ କରିଥିଲେ, ଉଭୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

   Related Posts