ମଉଳିଲା ରଙ୍ଗୀନ ରାତିର ସ୍ୱପ୍ନ- ବନ୍ଦ ହେଲା ଡ୍ୟାନ୍ସ ବାର

Published By : Prameya-News7 Bureau | October 02, 2019 IST

ଭୁବନେଶ୍ୱର ୦୨।୧୦- ରାଜଧାନୀରେ ପୁଣି ବନ୍ଦ ହେଲା ଡ୍ୟାନ୍ସ ବାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ହରରେ ୭ଟି ଡ୍ୟାନ୍ସ ବାରକୁ ଅନୁମତି ପ୍ରଦାନ କରିଥିଲା ଅବକାରୀ ବିଭାଗ ।  ତେବେ ଏହି ଡ୍ୟାନ୍ସବାର ଗୁଡିକ ବିଭାଗ ପକ୍ଷରୁ ଦିଆଯାଇଥିବା ସର୍ତ୍ତ ପୁରଣ କରି ନ ଥିବାରୁ ଏହି ବାରଗୁଡିକ ଉପରେ ପୁଣି ରୋକ ଲାଗିଛି ।

{"id":165488}

ପୁଣି ରାଜଧାନୀରେ ବନ୍ଦ ହେଲା  ଡ୍ୟାନ୍ସବାର । ଡ୍ୟାନ୍ସ ବାର ଉପରେ ରୋକ ଲଗାଇଛି ଅଗ୍ନିଶମ ବିଭାଗ । କାରଣ ଯେଉଁ ୧୮ଟି ସର୍ତ୍ତ ପୁରଣ କରିବାପରେ ଡ୍ୟାନ୍ସବାର ଚାଲିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଥିଲା ତାହା ପୁରଣ କରାଯାଇନାହିଁ । କୌଣସି ବାରଭିତରେ ଲାଗିନାହିଁ  ଷ୍ଟ୍ରିଙ୍କଲର । ଅଗ୍ନିନିର୍ବାପକ ଯନ୍ତ୍ର ମଧ୍ୟ କାହାର ଠିକଭାବେ କାର୍ଯ୍ୟ କରୁନାହିଁ । ଅବକାରୀବିଭାଗ ପକ୍ଷରୁ ଏହା ଠିକଥିବା ଦର୍ଶାଇ ଏହି ଅନୁମତି ପ୍ରଦାନ କରାଯାଇଥିଲା । ଯେଉଁଥିରେ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ରହିଥିଲା । ଡ୍ୟାନ୍ସବାର ଭିତରେ ୧୦ ମିଟର ଦୁରତାରେ ବସି ଗ୍ରାହକ ଡ୍ୟାନ୍ସ ଉପଭୋଗ କରିବେ ।

{"id":165489}

ନାବାଳିକାମାନଙ୍କୁ ଡ୍ୟାନ୍ସବାର ଭିତରେ ନାଚିବା ମନା । ଡ୍ୟାନ୍ସବାରରେ କାର୍ଯ୍ୟରତ ସମସ୍ତ ନର୍ତ୍ତକୀଙ୍କ ପରିଚୟପତ୍ର ଓ ଠିକଣା ସ୍ଥାନୀୟ ଥାନାରେ ଦେବାକୁ ପଡିବ । ରାତି ୧୦ଟା ପରେ ନର୍ତ୍ତକୀମାନଙ୍କୁ ଘରେ ଛାଡିବାର ବନ୍ଦେବସ୍ତ କରିବେ ବାର ମାଲିକ । ହେଲେ ଏସବିକି ପୁରଣ କରିଥିଲେ ମଧ୍ୟ ଅଗ୍ନିଶମ ବିଭାଗର ସର୍ତ୍ତ ପୁରଣ ହୋଇନଥିବାରୁ ଡ୍ୟାନ୍ସବାର ବନ୍ଦ କରାଗଲା ବୋଲି ପୋଲିସ ଡିଜି ବିଜୟ କୁମାର ଶର୍ମା କହିଛନ୍ତି ।

{"id":165490}

 ଏଠାରେ ପ୍ରଶ୍ନ ଉଠୁଛି ଯଦି ଅଗ୍ନିଶମ ବିଭାଗର ଗାଇଡଲାଇନକୁ ବାର ମାଲିକ ପୁରଣ କରି ନ ଥିଲେ ତେବେ ଅବକାରୀ ବିଭାଗ କଣ ଦେଖି ବାର ଚଳାଇବାର ଅନୁମତି ଦେଇଥିଲା । କେବଳ ଅଗ୍ନିଶମ ବିଭାଗର ନିୟମ ମାନି ନାହାନ୍ତି ନା ଆହୁରି କିଛି  ବେନିୟମରେ   ଏହି ବାର ଚଳାଇବାରେ ଅବରୋଧ ପାଲଟିଛି । ଯିଏ ଏହି ବାର ଚଳାଇବାକୁ ଅନୁମତି ପ୍ରଦାନ କରିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଡିଜିପଙ୍କ ଏହି ନିର୍ଦ୍ଦେଶ ପରେ ପୁଣି ବାର ମାଲିକମନେ ଚିନ୍ତାରେ ପଡିଛନ୍ତି । ତେଣୁ ନିୟମ ଅନୁସାରେ ବାରମାଲିକମାନେ ପୁଣି ଥରେ ଲାଇଲେନ୍ସ ପାଇଁ ଆବେଦନ କରିବେ । ଯାହା ସେମାନଙ୍କ ପାଇଁ ଅଡୁଆ ହେବ ନିଶ୍ଚିତ ।

{"id":165491}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.