ରାଜଧାନୀରେ ଡ୍ୟାନ୍ସ ବାର ଉପରେ ଚଢାଉ

Published By : Prameya-News7 Bureau | August 02, 2018 IST

ବୁଧବାର ବିଳମ୍ବିତ ରାତିରେ ବାରରେ ଚଢାଉ କରି ବାହାର ରାଜ୍ୟର ୧୦ ଜଣ ଯୁବତୀଙ୍କୁ ଗିରଫ କରିଛି ପେ।ଲିସ୍ । ହୋଟେଲ ମ୍ୟାନେଜରକୁ ଲକ୍ଷ୍ମୀସାଗର ଥାନାରେ ଅଟକ ରଖି ପଚରା ଉଚୁରା ଚାଲିଛି । ରାତି ହେଲେ ହୋଟେଲରେ ଜମୁଥିଲା ଆସର । ହୋଟେଲରେ ଭିଡ ଲାଗୁଥିଲା ସମ୍ଭ୍ରାନ୍ତ ପରିବାରର ଗ୍ରାହକ ମାନଙ୍କର । ରାତି ଯେତିକି ବଢୁଥିଲା ନିଶା ମଧ୍ୟ ସେତିକି ବଢୁଥିଲା । ବାରରେ ଯୁବତୀଙ୍କର ଅଶ୍ଳୀଳ ନାଚ ସାଙ୍ଗକୁ ମଦ ପରିବେଷଣ ଖୁବ ଜମୁଥିଲା । ଆଧୁନିକ ସଂଗୀତର ତାଳେ ତାଳେ ନାଚୁଥିଲେ ବାହାର ରାଜ୍ୟରୁ ଆସିଥିବା ଯୁବତୀ ମାନେ । ଆଉ ତାକୁ ମନଭରି ଉପଭୋଗ କରୁଥିଲେ ହୋଟେଲକୁ ଆସୁଥିବା ଗ୍ରାହକ । ଖବର ପାଇ ଭୁବନେଶ୍ବର କଳ୍ପନା ଛକ ନିକଟରେ ଥିବା ପାଣ୍ଟାଗନ ହୋଟେଲ ଉପରେ ଚଢାଉ କରିଥିଲା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଆଉ ସେହି ହୋଟେଲରୁ ଉଦ୍ଧାର ହୋଇଥିଲେ ୧୦ଜଣ ବାହାର ରାଜ୍ୟର ଯୁବତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.