ରାଜଧାନୀରେ ବେଧଡ଼କ ଚାଲିଛି ଡ୍ୟାନ୍ସ୍ ବାର
19/08/2018 at 9:00 AM

ଭୁବନେଶ୍ଗର୧୯/୮:ତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଏକାଧିକ ଡ୍ୟାନ୍ସ୍ ବାର୍ ଉପରେ ଏକକାଳୀନ ଚଢ଼ାଉ କରିଛି କମିଶନରେଟ ପୋଲିସ ଏବଂ ସ୍ପେଶାଲ ସ୍କ୍ବାର୍ଡ଼। କଟକ ରୋଡ଼୍ ଦୀପାଲି ବାର୍ରୁ ୬ଜଣ ଏବଂ ମହାନ୍ତି ବାର୍ରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଡ୍ୟାନ୍ସ୍ ବାର୍ରୁ ଯୁବତିଙ୍କ ଉଦ୍ଧାର କରାଯିବା ପରେ ବାର୍ ରୁମ୍କୁ ସିଲ୍ କରିଛି ପୋଲିସ୍। ରାଜଧାନୀରେ ହୋଟେଲ୍,ବାର୍ ଏବଂ ରେଷ୍ଟୁରାଣ୍ଟ୍ ପାଇଁ ଅବକାରୀ ବିଭାଗ ଲାଇସେନ୍ସ ଦେଇଥାଏ ହେଲେ ଅବକାରୀ ବିଭାଗ ଗତ ଦୁଇ ବର୍ଷ ମଧ୍ୟରେ କୈାଣସି ଡ୍ୟାନ୍ସ୍ ବାର୍କୁ ପଞ୍ଜୀକୃତ କରିନଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜଧାନୀର ମୁଖ୍ୟ ରାସ୍ତାରେ କେମିତି ଡ୍ୟାନ୍ସ୍ ବାର୍ ଚାଲିଛି ଯେତେବେଳେ ଅବକାରୀ ବିଭାଗ ଏଥିପାଇଁ ଲାଇସେନ୍ସ ଦେଇନାହିଁ।