Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପଥର ବୋଝେଇ ଡମ୍ଫର ଜବତ, ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ଧରିଲା ପୋଲିସ

18/07/2021 at 9:13 AM

ଜଳେଶ୍ୱର, ୧୮/୦୭ :  ଜଳେଶ୍ବର ପୋଲିସ ଦ୍ଵାରା ୬୦ ନଂ ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ତଳୁ ୩ ଟି ପଥର ବୋଝେଇ ଡମ୍ଫର ଜବତ କରାଯାଇଛି ।  ପଥରଗୁଡିକ  ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ଜଳେଶ୍ୱର ପୋଲିସ ଜବତ କରିଛି ।

ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ୩ଟି ଡମ୍ପର ବାଲେଶ୍ୱର ଜିଲ୍ଲା  ବାଗୁଡ଼ି  ଅଞ୍ଚଳରୁ ପଥର ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ।  ପାଟ୍ରୋଲିଂରେ ଥିବା ଜଳେଶ୍ୱର ପୋଲିସ ୬୦ ନଂ ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ତଳେ  ୩ଟି ଡମ୍ପରକୁ ଅଟକାଇଥିଲା ।  ସେମାନଙ୍କ ପାଖରୁ କୌଣସି କାଗଜପତ୍ର ନ ପାଇବାରୁ ଗାଡି ତିନୋଟିକୁ ଆଣି ଥାନା ପରିସରରେ ରଖାଯାଇଥିଲା ।

ପ୍ରତେକ ଦିନ ଶହ ଶହ ଟ୍ରକ ଟିକସ ଫାଙ୍କି ଚୋରା ପଥର ପଶ୍ଚିମବଙ୍ଗ ଚାଲାଣ କରୁ ଥିଲା ବେଳେ ପ୍ରଶାସନ  ଏଥିପ୍ରତି ନଜର ଦେଉ ନଥିବା ଅଭିଯୋଗ ହେଉଛି ।  ଜଳେଶ୍ୱର ପୋଲିସର ହଠାତ ଚଢ଼ଉକୁ ନେଇ ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।

   Related Posts