Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଗୁଣି ଗାରେଡି ସନ୍ଦେହରେ ହତ୍ୟା: ମାଟି ଖୋଳି ବାହାରିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ

27/09/2020 at 10:28 PM

ମାଲକାନଗିରି୨୭/୯: ମାଟି ତଳୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ। ମାଲକାନଗିରି ଜିଲ୍ଲାର ଖାଇରପୁଟ ଥାନା ଅନ୍ତର୍ଗତ ବଣ୍ଡା ଘାଟିର କୀର୍ସାନିପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାରୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି।

ମିଳିଥିବା ସୂଚନା ଅନୁସାରେ ଗାଁର ହାଡ଼ି ଶୀଶା ନାମକ ଜଣେ ବ୍ୟକ୍ତି  ଗୁଣି ଗାରେଡି ସନ୍ଦେହରେ ସେହି ଗ୍ରାମର ସମା ଶୀଶା ଏବଂ ତାଙ୍କ ସ୍ତ୍ରୀ ଲଛମା ଶୀଶାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ହତ୍ୟା କରିବା ପରେ ଚାଷ ଜମି ନିକଟରେ ଥିବା ଝରଣା ପାଖରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉପରେ ପଥର ଏବଂ ମାଟି ଲଦି ଦେଇଥିଲା।

ସମା ଓ ଲଛମା ବିଲରୁ ଆଉ ଘରକୁ ଫେରି ନଥିଲେ, ପରିବାର ଲୋକେ ଉଭୟଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ଦୁଇ ଦିନ ପରେ ଝରଣା ନିକଟରେ ସମା ଓ ଲଛମାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏ ନେଇ ସ୍ଥାନୀୟ ଲୋକେ ମୁଦୁଲିପଡ଼ା ଥାନାକୁ ଜଣାଇଥିଲେ। ଏହି ଘଟଣାରେ ମୃତ ଦମ୍ପତିଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଏତଲା ଦିଆଯାଇଛି। ପୋଲିସ୍ ଦମ୍ପତିଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ କରିବା ସହ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts