ବିଜେପିରେ ଯୋଗଦେଇ ଦିଲ୍ଲୀରୁ ଫେରିବା ପରେ ଦାମଙ୍କୁ ବିଶାଳ ରାଲିରେ ସ୍ବାଗତ ସମ୍ବର୍ଦ୍ଧନା

Published By : Prameya-News7 Bureau | March 15, 2019 IST

ଭୁବନେଶ୍ବର ୧୫|୩ : ବିଜେପିରେ ମିଶିବା ପରେ ଭୁବନେଶ୍ବର ଫେରିଲେ ଡାକ୍ତର ଦାମୋଦର ରାଉତ । ରାଜ୍ୟ ବିଜେପି ପକ୍ଷରୁ ଦାମଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଶାଳ ରାଲିରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି ଦାମ ରାଉତ ।

{"id":93751}

ସୂଚନାଯୋଗ୍ୟ ଯେ, ଗତକାଲି  ବିଜେପିରେ ଯୋଗଦେଇଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଦେଇଥିଲେ । ବିଜେପିରେ ଯୋଗ ଦେବା ପରେ ସେ କହିଥିଲେ ଓଡ଼ିଶାର ସ୍ବାର୍ଥ ଓ ମୋଦିଙ୍କ ନେତୃତ୍ବରେ ଆକର୍ଷିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ବରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ । ସେ ଦଳରେ ଜଣେ କର୍ମୀ ଭାବେ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

{"id":93752}

ଅନେକ ମାନସିକ ତର୍ଜମା ପରେ ସେ ବିଜେପିରେ ଯୋଗଦେଇଛନ୍ତି । ୩୫ ବର୍ଷ ହେଲା ସେ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ସେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦ ବର୍ଷ କାଳ ବିଜୁ ବାବୁଙ୍କ ସହଯୋଗୀ ମଧ୍ୟ ରହିଥିଲେ । ଏହି ଅବସରରେ ଦାମ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ଖୁବ ବର୍ଷିଥିଲେ । ସେ କହିଥିଲେ ନବୀନ ପଟ୍ଟନାୟକଙ୍କ ପ୍ରକୃତି ବିଜୁ ବାବୁଙ୍କ ବିପରୀତ । ସେ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି, ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି ବୋଲି ଦାମ କହିଥିଲେ । ସେହିପରି ସେ ବାଲିକୁଦା ଏରସମାରୁ ବିଜେପି ଟିକେଟ୍ ରେ ଲଢିବେ ବୋଲି ସୂଚନା ମଧ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.