ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଦାମୋଦର ରାଉତ

Published By : Prameya-News7 Bureau | October 16, 2019 IST

ଭୁବନେଶ୍ବର ।୧୦: ବିଜେପି ଛାଡିଲେ ଦାମ ରାଉତ । ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଦାମ ରାଉତ । ତେବେ ନିର୍ବାଚନ ସରିବା ପରେ ଦଳ ତାଙ୍କୁ ଲଗାତାର ଅଣଦେଖା କରିଚାଲିଥିଲା ଦଳ । ଫଳରେ ସେ କିଛି ଦିନ ହେବ ଦଳ ଉପରେ ଅସନ୍ତୁଷ୍ଟ ଥିଲେ ।

ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ଦଳର ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ତାଙ୍କ ନାଁ ନଥିଲା । ବିଜେପିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ଓ ନିଷ୍ପତ୍ତି ପ୍ରକ୍ରିୟାରେ ତାଙ୍କ ଉପସ୍ଥିତି ଓ ସଂପୃକ୍ତି ଆଦ୍ୟା ଆବଶ୍ୟକ ହେଉନଥିବା ସେ ଅନୁଭବ କରିବା ସହ ତାଙ୍କ ଇସ୍ତଫା ପତ୍ର ଦଳୀୟ ସବାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସେ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ତେବେ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ତାହା ସ୍ପଷ୍ଟ ଜଣାପଡିନାହିଁ ।

{"id":170654}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.