ଦାମଙ୍କ ବିସ୍ଫୋରକ ବୟାନ: ଦୁର୍ନୀତି ଧରିବାରୁ ଗଲା ମନ୍ତ୍ରୀପଦ, ରାଜ୍ୟକୁ ଭଗବାନ ଭରସା

Published By : Prameya-News7 Bureau | September 05, 2018 IST

ଭୁବନେଶ୍ବର୫|୯; ପୂର୍ବତନ ମନ୍ତ୍ରୀ ଡାକ୍ତର ଦମୋଦର ରାଉତ ପୁଣି ବିଧାନସଭାରେ ବିସ୍ପୋରକ ଏବଂ ବିବାଦୀୟ ବୟାନ ଦେଇଛନ୍ତି । ରାଜ୍ୟରେ ହୋଇଥିବା ଚାରା ଘୋଟାଲା ଧରିବାରୁ ତାଙ୍କ ମନ୍ତ୍ରୀ ପଦ ଗଲା ଏବଂ ଯିଏ ଦୁର୍ନୀତି କରିଥିଲା ସେ ପୁରସ୍କାର ପାଇଲା ବୋଲି ଦାମ କହିଛନ୍ତି। ଚାରା ଘୋଟାଲା ନେଇ କୃଷିମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ ପଚାରିଥିଲେ ବିଧାୟକ ଦାମ ରାଉତ । ମୟୁରଭଞ୍ଜରେ ୧୭ କୋଟିର ଘୋଟାଲା ହୋଇଥିବା ଲିଖିତ ଉତ୍ତର ଦେଇଥିଲେ କୃଷିମନ୍ତ୍ରୀ । ତେବେ ଦାମ କହିଛନ୍ତି ଯେ, ୧୭ କୋଟି ନୁହେଁ ୧୦୦ କୋଟିର ହୋଇଛି ଦୁର୍ନୀତି । ଦାମ ବାବୁ କହିଛନ୍ତି ୨ ବର୍ଷରେ ୧୭ କୋଟି ନୁହେଁ ବରଂ ୫୯ କୋଟି ଦୁର୍ନୀତି ହୋଇଛି । ଚାରା ଲାଗିନି, କିନ୍ତୁ ରସାୟନକି ସାର ଦେବା କହି ଘୋଟାଲା ହୋଇଛି । ସେ ମନ୍ତ୍ରୀ ଥିବା ବେଳେ ୪ ଜଣିଆ ଟିମ୍ ଗଠନ କରି ତଦନ୍ତ କରାଇଥିଲେ । କିଏ ଘୋଟାଲା କରିଥିବା ଅଧିକାରୀ , କର୍ମଚାରୀଙ୍କୁ ସସ୍ପେଣ୍ଡ କରିଥିଲେ ।ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ତାଙ୍କୁ ଉତ୍କଚ ଦେଇ ଖସିବାକୁ ଚେଷ୍ଟା କରିଥିଲେ । ଯେଉଁ ଅଧିକାରୀ ଏମିତି କରିଥିଲେ ସିଏ ରହିଲେ, ତାଙ୍କୁ ପୁରସ୍କାର ମିଳିଲା ।ହେଲେ ଏଥିପାଇଁ ତାହ୍କ ମନ୍ତ୍ରୀ ପଦ ଗଲା ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ଡାକ୍ତର ରାଉତ । କେବଳ ମୟୁରଭଞ୍ଜ ନୁହେଁ ରାୟଗଡା, କୋରାପୁଟ ଓ ନବରଙ୍ଗପୁରରେ ୨୪ କୋଟି ଘୋଟାଲା ହୋଇଛି ।ସମ୍ବଲପୁର ଓ ଦେବଗଡରେ ମଧ୍ୟ ଘୋଟାଲା ହୋଇଛି । ସେ ଆହୁରି କହିଛନ୍ତି ନିଜ ଉଦ୍ୟମରେ ସେ ଦୁର୍ନୀତିକୁ ଧରିଲେ , କିନ୍ତୁ ବିଭାଗ କାର୍ଯ୍ୟାନୁଷ୍ଠାନ ନେଲାନି । ଅର୍ଥାତଯିଏ ଧରିବ, ତା ଉପରେ କାର୍ଯ୍ୟାନୁଷ୍ଠାନ, ସିଏ ଯିବ ।ଏମିତି ହେଲେ ଏ ରାଜ୍ୟକୁ ଭଗବାନ ଭରସା ବୋଲି ଦାମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.