ଦାମବାବୁ ନେବେ ରାଜନୀତିରୁ ସନ୍ୟାସ! ଲୋକ ଆସୁନାହାନ୍ତି ପାଖକୁ, ଦଳ ବି ପଚାରୁନି…

Published By : Prameya-News7 Bureau | September 23, 2019 IST

ଭୁବନେଶ୍ବର୨୩|୯; ରାଜନୀତିରୁ ଖୁବଶିଘ୍ର ସନ୍ୟାସ ନେବେ ଦାମ ବାବୁ । ଆଉ ର୍ନବାଚନ ଲଢ଼ିବେନି କି ସକ୍ରିୟ ରାଜନୀତିରେ ରହିବେନି । ସକ୍ରିୟ ରାଜନୀତିରେ ରହିଲେ ବି ତାଙ୍କୁ ପାଖକୁ ଲୋକ ଆସୁନାହାନ୍ତି କି କର୍ମୀ ବି ପାଖ ମାଡୁନାହାନ୍ତି । ଏବେ ଯେଉଁ ସରକାରୀ ଘରେ ଦାମବାବୁଙ୍କୁ ଲୋକେ ଘେରି ବସୁଥି​‌ଲେ ସେଠି ଏବେ ଖାଁ ଖାଁ । ଏପଟେ ଦଳ ବି ପଚାରୁନି। ତେଣୁ ଦାମ ବାବୁ ଖୁବ ଶିଘ୍ର ରାଜନୀତିରୁ ସନ୍ୟାସ ନେବେ ବୋଲି ଇସାରା ଦେଇଛନ୍ତି ।

ରାଜନୀତି ଛାଡିବେ ଦାମ ବାବୁ । ନିଜ ତୁଣ୍ଡ ପାଇଁ ବିଖ୍ୟାତ ଡାକ୍ତର ଦାମୋଦର ରାଉତ ସକ୍ରିୟ ରାଜନୀତିରୁ ଖୁବ ଶିଘ୍ର ନିଜର ବେଡିଂ ବିସ୍ତର ବାନ୍ଧିବେ । ବିଜେଡିରୁ ବିତାଡିତ ହେବା ପରେ ଦାମ ବାବୁ ବିଜେପିରେ ଯୋଗ ଦେଇଥିଲେ। ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେ ଯେଉଁ ସଂକଳ୍ପ ନେଇଥିଲେ ପୂରଣ କରିପାରିଲେ ନାହିଁ। ବରଂ ନିଜେ ଗାଦିଚ୍ୟୁତ ହୋଇଗଲେ।

ଯେଉଁ ଲୋକଙ୍କୁ ସେ ବଳ ବୋଲି ଭାବୁଥିଲେ ସେହି ଲୋକମାନେ ତାଙ୍କୁ ଉପାଡି ଫିଙ୍ଗଦେଲେ। ହାରିଗଲା ପରେ ଏବେ ଦାମ ବାବୁଙ୍କ ପାଖରେ କେହି ନାହାନ୍ତି  ।ଦିନେ ଯେଉଁ ଘରେ ଲୋକଙ୍କ ହାଉଯାଉ ହେଉଥିଲା ସେଠି ଏବେ ଖାଁ ଖାଁ। ନା ତାଙ୍କ ପାଖକୁ ଲୋକ ଆସୁଛନ୍ତି ନା କର୍ମୀ  । ଯେଉଁଥିପାଇଁ ଦାମ ବାବୁ ରାଜନୀତିରୁ ସନ୍ୟାସ ନେବାକୁ ଇଛା ପ୍ରକାଶ କରିଛନ୍ତି।

ଦାମ ବାବୁ ଭାବିଥିଲେ ବିଜେପି ଯୋଗଦେଲେ ତାଙ୍କ ଭଳି ତୁଙ୍ଗ, ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ ବିଜେପି ପ୍ରାଧାନ୍ୟ ଦେବ। ହେଲେ ସାଧରଣ ନିର୍ବାଚନ ପରେ ବିଜେପି ବି ତାଙ୍କୁ ଭୁଲି ଯାଇଛି। କାଁଭଁ କ୍ବଚିତ୍‌ ତାଙ୍କୁ କେଉଁ କାର୍ଯ୍ୟକ୍ରମକୁ ଡାକୁଛି।

ହେଲେ ସାଙ୍ଗଠାନିକ କାର୍ଯ୍ୟ ପାଇଁ ଦାମ ବାବୁ ଅଲୋଡା ହୋଇଯାଇଛନ୍ତି। କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ୩୭୦ ଧାରା ଉପରେ ଥିବା ଆଲୋଚନା ଚକ୍ରକୁ ଡକାଯାଇଥିଲା । ହେଲେ ଗତକାଲି ଥିବା କାର୍ଯ୍ୟକାରିଣୀ ବୈଠକ କିମ୍ବା ବିଜେପୁର ନିର୍ବାଚନ ପାଇଁ ବସିଥିବା ବୈଠକକୁ ଡକାଯାଇନଥିଲା । ବିଜେପି ନେତାଙ୍କ ଏଭଳି ଆଚରଣ ତାଙ୍କୁ କ୍ଷୁବ୍ଧ କରିଛି। ଯେହେତୁ ପାର୍ଟି ତାଙ୍କୁ ଅଲୋଡା ଭାବୁଛି ସେଥିପାଇଁ ଘରେ ବସିବା ଅପେକ୍ଷା ସନ୍ୟାସ ନେବା ଭଲ ବୋଲି ଚିନ୍ତା କରୁଛନ୍ତି ଦାମ ବାବୁ ।

ବିଜେଡିରୁ ବାହାରିବା ପରେ ଦାମ ବାବୁ ଆକ୍ଟିଭ ଅଛନ୍ତି । ହେଲେ କେହି ତାଙ୍କୁ ଆଉ ଗୁରୁତ୍ବ ଦେଉନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.