ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେଲେ ଦାମ

Published By : Prameya-News7 Bureau | March 20, 2019 IST

ନୂଆଦିଲ୍ଲୀ ୨୦|୩: ୨୦୧୯ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେପି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା,  କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜନାଥ ସିଂ, ଓଡିଶା ପ୍ରଭାରୀ ଅରୁଣ ସିଂ, ନୀତିନ ଗଡକରୀ, ପ୍ରକାଶ ଜାଭେଦକର , ସ୍ମୃତି ଇରାନୀ, ହେମାମାଲିନୀଙ୍କ ସମେତ ୯ଜଣ ସିନେ ତାରକା ରହିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତାଲିକାରେ ନିକଟରେ ବିଜେପିରେ ମିଶିଥିବା ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ନାଁ ମଧ୍ୟ ରହିଛି ।

ଏହି ତାଲିକାରେ ଦୁଇଜଣ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ଏବଂ ଯୋଗୀ ଆଦିତ୍ୟନାଥଙ୍କ ନାଁ ମଧ୍ୟ ସ୍ଥାନ ପାଇଛି । ତାଲିକାରେ ୬ ଜଣ କେନ୍ଦ୍ରମନ୍ତ୍ରୀ, ୧୦ ଜଣ ସିନେ ତାରକା , ଦୁଇଜଣ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଡାକ୍ତର ରାଉତଙ୍କ ନାଁ ସେଥିରେ ସ୍ଥାନ ପାଇଭା ନିଶ୍ଚୟ ଡାକ୍ତର ରାଉତଙ୍କୁ ଗୁରୁତ୍ବକୁ ବଢାଉଛି । ସୂଚନାଯୋଗ୍ୟ ଯେ, ୩୫ ବର୍ଷର ରାଜନୈତିକ ଜୀବନରେ ଡାକ୍ତର ରାଉତ ସବୁବେଳେ ନିଜ ତୁଣ୍ଡ ପାଇଁ ବିବାଦ ଓ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ବିଜେପିରେ ଯୋଗ ଦେବା ପଛର ମୁଖ୍ୟ କାରଣ ନବୀନଙ୍କୁ ଗାଦିଚ୍ୟୁତ କରିବା ବୋଲି ଡାକ୍ତର ରାଉତ କହିଥିଲେ ।

ବିଜେପି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିବାବେଳେ ପ୍ରର୍ଥୀ ତାଲିକା ପ୍ରକାଶ କରିନାହିଁ । ଦଳର ନେତା ଓ କର୍ମୀମାନେ ପ୍ରାର୍ଥୀ ତାଲିକାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବିଜେପିର ପ୍ରାର୍ଥୀ ତାଲିକା ବିଳମ୍ବ ହେବା ନେଇ ମଧ୍ୟ ବିଭିନ୍ନ ବୟାନବାଜି ଆରମ୍ଭ ହୋଇସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.