ଦାମିନୀ ଆପ୍ : ବଜ୍ରପାତ ପୂର୍ବରୁ ମିଳିବ ସତର୍କ ସୂଚନା, ଏହିଭଳି କରିଥାଏ ଆଲର୍ଟ
23/07/2020 at 7:13 PM

ନୂଆଦିଲ୍ଲୀ ୨୩/୦୭ : ଭାରତରେ ବଜ୍ରପାତ ଯୋଗୁଁ ପ୍ରତି ବର୍ଷ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି | କିନ୍ତୁ ଏବେ ଏମିତି ଆପଣ ବଜ୍ରପାତ ପୂର୍ବରୁ ସୂଚନା ପାଇପାରିବେ ଏବଂ ନିଜ ଜୀବନ ରକ୍ଷା କରିପାରିବେ | ଏମିତି ଏକ ଆପ୍ ଅଛି ଯାହା ବଜ୍ରପାତକୁ ନେଇ ଆଗୁଆ ସୂଚନା ଦେଇଥାଏ | ଦାମିନୀ ନାମକ ଏକ ଆପ୍ ଅଛି ଯାହା ବଜ୍ରପାତର ୩୦-୪୦ ମିନିଟ ପୂର୍ବରୁ ଆଲର୍ଟ କରିଦେଇଥାଏ | କେନ୍ଦ୍ର ସରକାରଙ୍କ ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଦ୍ୱାରା ଏହି ଆପ୍ ପାଖାପାଖି ୨ ବର୍ଷ ପୂର୍ବରୁ ଲଞ୍ଚ କରାଯାଇଥିଲା |
ଦାମିନୀ ଆପ୍ ଓପନ୍ କଲେ ଆପଣ ଯେଉଁ ଲୋକେସନରେ ଅଛନ୍ତି ସେଠାକାର ମ୍ୟାପ୍ ଦେଖାଇବାକୁ ସର୍କଲ ଆସିଥାଏ | ଏହି ସର୍କଲ ୨୦ କିମି ବ୍ୟାସରେ ଆଗାମୀ ୩୦-୪୦ ମିନିଟରେ ବିଜୁଳି ସମ୍ବନ୍ଧୀୟ ସୂଚନା ଦେଇଥାଏ | ଯେଉଁ ଜାଗାରେ ଆପଣ ଉପସ୍ଥିତ ଥିବେ ସେଠାରେ ବଜ୍ରପାତ ହେବାକୁ ଅଛି କି ନାହିଁ ସେ ସମ୍ପର୍କରେ ସର୍କଲ ତଳେ ଇଂରାଜୀ ଓ ହିନ୍ଦୀରେ ସୂଚନା ଦିଆଯାଇଥାଏ |
ପାଣିପାଗ ବିଭାଗ କେନ୍ଦ୍ର ଅନୁଯାୟୀ, ପାଣିପାଗ ବିଭାଗ ନିଜ ୱେବସାଇଟ୍ ଜରିଆରେ ବଜ୍ରପାତ ହେବାକୁ ଥିବା ସ୍ଥାନମାନଙ୍କ ସମ୍ପର୍କରେ ସୂଚନା ଦେଇଥାଏ | ବଜ୍ରପାତ ସୂଚନା ସହ କିଭଳି ସୁରକ୍ଷିତ ରହିବେ ଏବଂ ପ୍ରାଥମିକ ଉପଚାର ସମ୍ପର୍କରେ ମଧ୍ୟ ଆପ ସୂଚନା ଦେଇଥାଏ | କ୍ଷେତରେ କାମ କରିବା ସମୟରେ, ଯାତ୍ରା ସମୟରେ, ଘର ଆଖପାଖ ଅଞ୍ଚଳରେ କାମ କରିବା ସମୟରେ ଆଲର୍ଟ ମିଳିଲେ କିଭଳି ରକ୍ଷା ପାଇହେବ ସେ ସମ୍ପର୍କରେ ମଧ୍ୟ ଆପରେ ସୂଚନା ଦିଆଯାଇଥାଏ |
ପୁଣେ ଇଣ୍ଡିଆନ ଈଂସ୍ତୁଚ୍ୟୁତ ଅଫ୍ ଟ୍ରପିକାଲ୍ ମାଟେରିଓଲୋଜି ଦ୍ୱାରା ଏହି ଆପ୍ ବିକଶିତ କରାଯାଇଥିଲା | ଦାମିନୀ ଆପ୍ ଆଣ୍ଡ୍ରଏଡ଼୍ ଫୋନରେ ଗୁଗଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ | ଏହି ଆପକୁ ଦେଶରେ ଏବେ ସୁଦ୍ଧା ଲକ୍ଷେରୁ ଅଧିକ ଲୋକ ଡାଉନଲୋଡ଼୍ କରି ସାରିଛନ୍ତି |