Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦାମାହୁଦା ପଞ୍ଚାୟତରେ ଦୂର ହେବ ଜଳକଷ୍ଟ, ମେଗା ପାନୀୟ ଜଳ ପ୍ରକଳ୍ପର ଭୂମିପୂଜନ

20/06/2020 at 7:46 PM

ପାଟଣା, ୨୦|୦୬ : କେନ୍ଦୁଝର ଜିଲ୍ଲା  ସାହାରପଡା ବ୍ଲକ  ଦାମାହୁଦା ପଞ୍ଚାୟତରେ ଶନିବାର  ନିର୍ମିତ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଭୂମିପୂଜା  କରାଯାଇଛି । ୧୮୨ କୋଟି ୩୩ ଲକ୍ଷ ଟଙ୍କା ବିନିୟମର ଏହି ପ୍ରକଳ୍ପର  ପାଟଣା ବିଧାୟକ ଜଗନ୍ନାଥ ନାଏକ  ଆନୁଷ୍ଠାନିକ ଭାବେ ଭୂମିପୂଜା କରିଛନ୍ତି।

ଏହି ପ୍ରକଳ୍ପ ପାଇଁ ଡିଏମଏଫ ଫଣ୍ଡରୁ ବ୍ୟୟ ବରାଦ ହୋଇଛି। ୨୦୨୨ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବାରୁ   ଧାର୍ଯ୍ୟ  ସମୟ ରଖାଯାଇଛି। ଦିନକୁ ୧୫ ମିଲିୟନ ଜଳ ବୈତରଣୀ ନଦୀରୁ ବିଶୋଧନ କରି  ବ୍ଲକର ୧୪୯ଟି ଗାଁର  ଲୋକଙ୍କୁ  ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ,  ଦାମାହୁଦା ସରପଞ୍ଚ ଶିବାନୀ ଚାମ୍ପିଆ, ନିର୍ବାହୀ ଯନ୍ତ୍ରୀ ବଳରାମ ମିଶ୍ର,କନିଷ୍ଠ ଯନ୍ତ୍ରୀ ସତ୍ୟରାୟଣ  ମଣ୍ଡଳ,ପୂର୍ବତନ ସାହାରପଡା ବ୍ଲକ ଅଧକ୍ଷ ରବୀନ୍ଦ୍ର କୁମାର ନାଏକ ଓ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମାହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

   Related Posts