ହାତୀ ଉପଦ୍ରବ: ବ୍ୟାପକ ପରିମାଣର ଫସଲ ନଷ୍ଟ, ଚିନ୍ତାରେ ଚାଷୀ

Published By : Prameya-News7 Bureau | January 23, 2021 IST

ପାଟଣା ୨୩।୦୧: ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖୀରେଇଟାଙ୍ଗୀରି ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି । ଯାହାଫଳରେ ବ୍ୟାପକ ପରିଣାଣର ଫସଲ ଚାଷ ନଷ୍ଟ ହୋଇଛି ।

ଖବର ଅନୁଯାୟୀ. ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ଗାଁରେ ପଶି ଉପଦ୍ରବ ଜାରି ରଖିଛନ୍ତି । ହାତୀପଲ ଦିନବେଳା ସଦର ରେଞ୍ଜ ଜଡିପଡା ଜଙ୍ଗଲ ରେ ରହୁଥିବା ବେଳେ ରାତି ହେଲେ ଗାଁ ଭିତରକୁ ପଶି ଫସଲ ନଷ୍ଟ କରୁଛନ୍ତି। ହାତୀ ଭୟରେ ଲୋକେ ରାତିରେ ଶୋଇ ପାରୁନାହାନ୍ତି । ଖୁବ ଶୀଘ୍ର ହାତୀପଲ ଙ୍କୁ ଏ ଅଞ୍ଚଳରୁ ଘଉଡାଇବା କୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀପଲରେ ୧୧ ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.