ଡିସେମ୍ବର ୨୨ରେ ବାରବାଟୀରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ, ଫୋନିରେ ଛାରଖାର ବାରବାଟୀ ଷ୍ଟାଡିୟମ୍ ଓସିଏ ପାଇଁ ଚିନ୍ତାର କାରଣ

Published By : Prameya-News7 Bureau | June 04, 2019 IST

କଟକ ୪|୬: ଡିସେମ୍ବର ୨୨ ରେ ବାରବାଟୀରେ ଖେଳାଯିବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନିକିଆ ।ଏହି ଖବର ଓଡିଶାର କ୍ରିକେଟ୍ ମାନଙ୍କ ପାଇଁ ଯେତିକି ଉତ୍ସାହଜନକ ହୋଇଛି ଓସିଏ ପାଇଁ ସେତିକି ଚିନ୍ତାର କାରଣ ପାଲଟିଛି । କାରଣ ଫୋନି ବାତ୍ୟାରେ ପୁରା ବାରବାଟୀ ଷ୍ଟାଡିୟମ୍ ଛାରଖାର୍ ହେଇଯାଇଛି । ଏପରିସ୍ଥଳେ ବାରବାଟୀକୁ କୁ ସଜାଡି ଦିନିକିଆ ମ୍ୟାଚ୍ କରିବା ଏକ ବଡ ଆହ୍ୱାନ । ସେପଟେ ନିୟମିତ ବ୍ୟବଧାନରେ ବାରବାଟୀ କୁ ଦିନିକିଆ ଆନ୍ତର୍ଯାତିକ ଓ ଆଇ ପି ଏଲ୍ ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରିକେଟର ।

{"id":119658}

ଡିସେମ୍ବର ୨୨ ତାରିଖରେ ବାରବାଟୀରେ ଖେଳାଯିବ ଦିନିକିଆ ଆନ୍ତର୍ଯାତିକ କ୍ରିକେଟ୍ ମ୍ୟାଚ୍ ।ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାର ତୃତୀୟ ତଥା ଶେଷ ଦିନିକିଆ ବାରବାଟୀରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଏପରି ଏକ ଖବର ଓଡିଶାର କ୍ରିକେଟ୍ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । କିନ୍ତୁ ଡିସେମ୍ବର ଦିନିକିଆ ଆୟୋଜନ ନେଇ ବଢିଯାଇଛି ଓସି ଏ ର ଚିନ୍ତା ।

{"id":119662}

କାରଣ ଫୋନି ବାତ୍ୟାରେ ପୁରା ଛାରଖାର ହୋଇଯାଇଛି ବାରବାଟୀ ଷ୍ଟାଡିୟମ୍ । ମିଡିଆ ବକ୍ସ ,ଓ୍ୱାଚ୍ ଟାଓ୍ୱାର,କିଛି ପାଭିଲିୟନର ଛାତ ମଧ୍ୟ ଉଡିଯାଇଛି ,ଖେଳାଳୀ ମାନଙ୍କର ଡ୍ରେସିଙ୍ଗ ରୁମ୍ ଓ ଗ୍ରାଉଣ୍ଡ ଷ୍ଟାଫ୍ ଙ୍କ କମ୍ପ୍ଲେକ୍‌ସ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଆଉ ବଡ କଥା ହେଲା ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।ତେଣୁ ଡିସେମ୍ବର ୨୨ ତାରିଖରେ ଦିନିକିଆ ଆୟୋଜନ ପାଇଁ ପୁରା ବାରବାଟୀର ନବକଲେବର କରିବାକୁ ପଡିବ ଓସି ଏକୁ । ତେବେ ପ୍ରସ୍ତୁତି  ନେଇ ପୁରା ଆଶାବାଦୀ ଅଛନ୍ତି ଓସିଏ କର୍ତ୍ତୃପକ୍ଷ ।

{"id":119659}

ସେପଟେ ବାରବାଟୀକୁ ନିୟମିତ ବ୍ୟବଧାନରେ ମ୍ୟାଚ୍ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରଓ୍ୱାଲ । ୨୦୧୭ ଡିସେମ୍ବରରେ ଓସିଏ କୁ ଭାରତ –ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ଆୟୋଜନ କରିବାର ସୁଯୋଗ ମିଳିଥିଲା । ଏବେ ଦୁଇ ବର୍ଷ ପରେ ଯାଇ ପୁଣି ମ୍ୟାଚ୍ ମିଳିଲା । ତେଣୁ ଓସିଏ କର୍ତ୍ତୃପକ୍ଷ ବିସିସିଆଇ ନିକଟରେ ଦୃଢ ଲବି କରି ପ୍ରତିବର୍ଷ ଆନ୍ତର୍ଯାତିକ ମ୍ୟାଚ୍ ଓ ଆଇ ପି ଓଲ୍ କରାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରଓ୍ୱାଲ ।

{"id":119660}

ଏପରି ବ୍ୟାପକ କ୍ଷୟକ୍ଷତି କୁ ସଜାଡି ବାରବାଟୀରେ ଦିନିକିଆ ଆୟୋଜନ କରିବା ପାଇଁ ଓସିଏ ବିସିସିଆଇଠାରୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଆଶା କରୁଛି । ଏ ବାବଦରେ ବିସିସିଆଇ କୁ ଅବଗତ କରାଯିବ ବୋଲି ଓସିଏ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.