ଆଜିଠାରୁ ଘରଭଙ୍ଗା ସର୍ଭେ, ନିୟୋଜିତ ହେବେ ୨୫ଟି ଟିମ୍

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର ୧୫|୫: ଆଜିଠାରୁ ଘରଭଙ୍ଗା ସର୍ଭେ । ସର୍ଭେ ପାଇଁ ନିୟୋଜିତ ହେବେ ୨୫ଟି ଟିମ୍ । ଫୋନି ମାଡରେ ଯେଉଁମାନଙ୍କ ଘର ଭାଙ୍ଗି ଯାଇଛି ସେମାନଙ୍କୁ ନୂଆ ଘର ମିଳିବ । ବିପନ୍ନମାନଙ୍କୁ ବାସଗୃହ ଯୋଗାଇଦେବା ପାଇଁ ତ୍ବରିତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

କେନ୍ଦ୍ରକୁ ପକ୍କା ଘର ଅନୁଦାନ ପାଇଁ ରାଜ୍ୟ ସରକାର ଅନୁରୋଧ କରିବା ସହ ମୌସୁମୀ ପୂର୍ବରୁ ଅନୁଦାନ ରାଶି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଲକ୍ଷ ଘର ଭାଙ୍ଗିଥିବା ପ୍ରାଥମିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।

ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାରମ୍ଭିକ ଭାବେ ୫ ଲକ୍ଷ ସ୍ବତନ୍ତ୍ର ଘର ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । ବାତ୍ୟାରେ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାଥମିକ ସର୍ଭେରୁ ୫ ଲକ୍ଷ ଘର ଭାଙ୍ଗିଥିବା ଜଣାପଡିଛି । ମୌସୁମୀ ଆସିବା ଆଗରୁ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.