Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ବିଲରେ ବର୍ଷା ପାଣି ଲହଡି ଭାଙ୍ଗୁଛି , ଉଜୁଡା ଧାନ ଫସଲକୁ ପାଣିରୁ ଛାଣିବାକୁ ଚେଷ୍ଟା କରୁଛି ଚାଷୀ- ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି

26/10/2019 at 11:03 PM

ଭୁବନେଶ୍ୱର ୨୬।୧୦ – ୩ ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଚାଷ ଜମି ପାଣିରେ ବୁଡିଛି ତ କେଉଁଠି ବାଲିଚର ମାଡିଯାଇଛି । ସେହିଭଳି କେଉଁଠି କାନ୍ଥ ଭୁଶୁଡି କେଉଁଠି ଲୋକଙ୍କ ଜୀବନ ହାନି ହୋଇଛି । ଆଉ କେଉଁଠି ଘରଦ୍ବାରା ଭାଙ୍ଗିବାରୁ ଲୋକେ ବେସହାରା ହୋଇଛନ୍ତି । ରାସ୍ତାରେ ପଥର ଖସି ରାସ୍ତା ଅବରୋଧ ସହ ରାସ୍ତା ଧୋଇଯାଇଛି । କେଉଁ ସବୁ ଜିଲ୍ଲାରେ କେତେ କ୍ଷୟଯତି ହୋଇଛି ନଭେମ୍ବର ୪ ସୁଦ୍ଧା ରିପୋର୍ଟ ଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC ।

ବିଲରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଉଜୁଡା ଧାନ ଫସଲକୁ ପାଣିରୁ ଛାଣିବାକୁ ଚେଷ୍ଟା କରୁଛି ଚାଷୀ । ଏ ହେଉଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦର । ଲଘୁଚାପ ଜନିତ ବର୍ଷାରେ କୃଷ୍ଣପ୍ରସାଦ ବ୍ଲକର ତିତିପ ,ରାମଲେଙ୍କା, ମାଲୁଦ ,ବୁଦ୍ଧିବର ,ସିଆଳ, ଗୁମୁଣ୍ଡିଆ, ବଡ଼ଝାଡ଼ ,ଚିଲିକା ନୂଆପଡା ସମେତ ବିଭିନ୍ନ ପଞ୍ଚାୟତର ଏକର ଏକର ଚାଷ ଜମିକୁ ଏମିତି ଉଜାଡ଼ି ଦେଇଛି ଲଗାଣ ବର୍ଷା।  ଚାଷୀଙ୍କ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିବା ବେଳେ ୨ ଶହରୁ ଅଧିକ ମାଟି ଘରର କାନ୍ଥ ଭୁଶୁଡି ପଡିଛି । ପ୍ରଶାସନ ଏ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚି ନାହିଁ କି ପାଲ ଖଣ୍ଡେ ଦେଇନାହିଁ । ଖୋଲା ଆକାଶ ତଳେ ବିତୁଛି ସେମାନଙ୍କ ଜୀବନ । ଫତେପୁର, କମଳାସିଂ ବିରିପଦର ସ୍କୁଲ ଏବେବି ପାଣି ଘେରରେ ରହିଛି । ଆଉ ଏ ହେଉଛି କଟକ ଜିଲ୍ଲା ଆଠଗଡ ଓ ମେଘା ପଞ୍ଚାୟତର ଦୃଶ୍ୟ । ୩ ଦିନିଆ ଲଘୁଚାପ ବର୍ଷାରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି । ଧାନ ସହ ପରିବା ଫସଲ ଧୋଇଯାଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେହି ସମାନ ଅବସ୍ଥା ଦେବଗଡ ଅଞ୍ଚଳର ଚାଷୀଙ୍କର । ଫସଲ ଉଜୁଡିଯାଇଥିବାରୁ ସରକାରୀ ସହାୟତାକୁ ଚାହିଁ ବସିଛି ଚାଷୀ ।ଅଳ୍ପେ ବହୁତ ରାଜ୍ୟର ଅଧିକାଂଶ ଜିଲ୍ଲାର ଚାଷୀଙ୍କ ଏଭଳି ସ୍ଥିତି ।  

ସେପଟେ ବର୍ଷା ଯୋଗୁଁ କେଉଁ କେଉଁ ସ୍ଥାନରେ କି କି କ୍ଷୟକ୍ଷତି ହୋଇଛି ଏହାର ଆକଳନ କରିବା ଲାଗି ଜିଲ୍ଲାପାଳମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଜିଲ୍ଲାପାଳଙ୍କୁ ଏ ସଂପର୍କିତ ଏକ ଚିଠି ସେ ଲେଖିଛନ୍ତି । ରାଜ୍ୟରେ କ୍ଷୟକ୍ଷତିକୁ ଦୃଷ୍ଟି ରଖି ସରକାର ଏହାକୁ ରାଜ୍ୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ତେଣୁ କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ରିଲଫ ଫଣ୍ଡରୁ କ୍ଷତିଭରଣା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ନେଇ ଏକ ଆକଳନ ଟିମ ଗଠନ କରି ନଭେମ୍ବର ୪ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯେଉଁକିଛି ନିର୍ଦ୍ଦିଷ୍ଟ ସ୍ଥାନରେ କ୍ଷୟକ୍ଷତି ବେଶୀ ହୋଇଛି ସେହି ଅନୁଯାୟୀ ତୁରନ୍ତ କ୍ଷତିଭରଣା ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ତେବେ କ୍ଷତିଭରଣା ଡିବିଟି ମାଧ୍ୟମରେ ଦେବାକୁ ନିର୍ଦ୍ଦେଶ ରହିଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଏବେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସ୍ଥିର ରହିଛି । ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତେବେ, ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରରୀଣ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି  ।

   Related Posts