ବିଜେଡି ନେତାଙ୍କୁ ଦେଖିଲେ ସମ୍ଭାଳି ପାରୁନାହାଁନ୍ତି ଦାମ : କଳିଙ୍ଗ ବାଲିଯାତ୍ରାରର ଉଦ୍ଯାପନୀ ଉତ୍ସବରେ ଦାମ-ପ୍ରଫୁଲ୍ଲ ହେଲେ ମୁହାଁମୁହିଁ

Published By : Prameya-News7 Bureau | November 29, 2018 IST

ପାରାଦୀପ ୨୯|୧୧: ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯେମିତି ରାଜନୈତିକ ଆରୋପ ପ୍ରତ୍ୟାରୋପ ହୋଇଥିଲା ଉଦ୍‌ଜାପନୀ ଉତ୍ସବରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ବୁଜୁ ଜନତା ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ  ମୁଖ୍ୟ ଅତିଥି ବାବେ ମଂଚରେ ବସିଥିବାବେଳେ  ପାରାଦୀପ ବିଧାୟକ ତଥା ବିଜେଡିରୁ ନିକଟରେ ବହିଷ୍କୃତ ହୋଇ ନୂଆ ଦଳ ଗଢିଥିବା ଦାମ ବାବୁ ବିଜେଡିକୁ ଚିରାଚକିତ ବାବେ ଟାର୍ଗେଟ କରିଥିଲେ । କହିଥିଲେ କଳିଙ୍ଗ ବାଲିଯାତ୍ରାକୁ ବିଜୁ ଜନତାଦଳ ନିଜ ଅକ୍ତିଆରକୁ ନେବା ଲାଗି ଅପପ୍ରାୟସ କରୁଛି । ତେବେ ସେ ଏହା କରିବାକୁ ଦେବେ ନାହିଁ । ବିଜୁପଟ୍ଟନାୟକଙ୍କ ସହ ମିଶି ସେ କଳିଙ୍ଗ ବାଲିଯାତ୍ରା ଆରମ୍ଭ କରିଥିଲେ । ହେଲେ ତାଙ୍କୁ ଏବେ ଆୟୋଜକମାନେ ପଚାରୁ ନାହାଁନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦାମବାବୁ କିଛି ଭୁଲ କହୁନାହାଁନ୍ତି ବୋଲି ଚତୁରତାର ସହ କହିବା ସହ ଦାମ ବାବୁଙ୍କ କଥାରେ କିଭଳି ନିୟନ୍ତ୍ରମ ନଥାଏ ତାକୁ ଇଂଗୀତ କରିଥିଲେ । ଚତୁରତାର ସହ ଦାମବାବୁଙ୍କ ସବୁ ଆକ୍ଷେପର ଜବାବ ମଧ୍ୟ ରଖିଥିଲେ । କଳିଙ୍ଗ ବାଲିଯାତ୍ରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ସତ୍ତ୍ବେ େଠାରେ ପ୍ରଥମ ଦିନରୁ ରାଜନୈତିକ ବାଷଣ ବାଜିକୁ ଲୋକେ ନାପସନ୍ଦ କରିଛନ୍ତି । କିନ୍ତୁ ଦାମ ବାବୁ ଏବଂ ପ୍ରତିପକ୍ଷ ବିଜୁ ଜନତା ଦଳରେ ନେତାମାନେ େହି ମଂଚରେ ପରସ୍ପରକୁ ଆକ୍ଷେପ କରିବାର କୌଣସି ମୌକା ହାତଛଡା କରିନାହାଁନ୍ତି । ସୂଚନାଯୋଗ୍ୟ ଯେ, କଳିଙ୍ଗ ଐତିହ୍ୟ ନୌବାଣିଜ୍ୟ ପରମ୍ପରା ଓ ବିଜୁ ପଟ୍ଟାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିର୍ଘ 27ବର୍ଷ ଧରି କଳିଙ୍ଗ ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ଚଳିତ ବର୍ଷ ପାରାଦୀପ ବିଜୁ ମଇଦାନରେ ଗତ 22ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହ୍ୟ କଳିଙ୍ଗ ବାଲିଯାତ୍ରା ସାତଦିନ ଧରି ଚାଲି 28 ତାରିଖରେ ଶେଷ ହୋଇଯାଇଛି । ଏହି ବାଲିଯାତ୍ରାରେ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ ସଭା ଆୟୋଜନ କରାଯିବାସହ ବିଭିନ୍ନ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ସଭାରେ କଳିଙ୍ଗ ଐତିହ୍ୟ ବିଷୟରେ ଆଲୋଚନା କରଯାଇଥାଏ । କଳିଙ୍ଗ ବାଲିଯାତ୍ରାର ଉଦଜାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଓଡିଶାର ମାନ୍ୟବର ମନ୍ତ୍ରୀ ପ୍ରଫୁଲ ସାମଲ ଯୋଗଦେଇଥିବାବଳେ ସମ୍ମାନୀୟ ଅତୀଥୀଭାବେ ପାରାଦୀପ ବିଧାୟକ ଦାମୋଦର ରାଉତ , ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ,  ପାରାଦୀପ ପୌରପରିଷଦର ଅଧକ୍ଷ ବସନ୍ତ ବିଶ୍ବାଳ ଓ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଯୋଗଦେଇଥିଲେ । କିନ୍ତୁ ଦେଖିବାକୁ ଗଲେ ଏହା କେବଳ ନାମକୁ ମାତ୍ର ସାଂସ୍କୃତିକ ମଚଂ ଦେଖିବାକୁ ଗଲେ ଏହା ହେଉଛି ରାଜନୈତିକ ମଚଂ କାରଣ କଳିଙ୍ଗ ବାଲିଯାତ୍ରାର ଉଦଘାଟନି ଉତ୍ସବରେ ରାଜନୈତିକ ନେତା ମାନଙ୍କ ଭିତରେ ଯେଉ ପ୍ରକାରର ଆରୋପ ପ୍ରତ୍ୟାରୋପ ଚାଲିଥିଲା ତାହାକୁ ଦେଖି ମନେ ହେଉଥିଲା ଏ ମଚଂରେ କିଏ ହଲେବି ବିଜୁବାବୁଙ୍କ ସ୍ମୃତି ହେଉ କିମ୍ବା କଳିଙ୍ଗ ଐତିହ୍ୟ ପରମ୍ପରା କଥା ଟିକେବି ମନେ ପକାଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.