ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଦାମ କହିଲେ ଏମିତି କିଛି କଥା...

Published By : Prameya-News7 Bureau | April 20, 2019 IST

ଜଗତସିଂହପୁର ୨୦|୪: କେନ୍ଦ୍ରାପଡାର ବର୍ଷିୟାନ ବିଜେଡି ନେତା ତଥା ପଟକୁରା ବିଧାସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସବୁ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଶୋକ ପ୍ରକାଶ କରିଛନ୍ତି । କିନ୍ତୁ ଏହି ଶୋକ ଭିତରେ ମଧ୍ୟ ଯିଏ ଯାହାର ସ୍ବାର୍ଥ ଦୃଷ୍ଟିରୁ ରାଜନୀତିର ରୁଟି ସେକିବାକୁ ବି ଭୁଲି ନାହାନ୍ତି ।

ବେଦ ପ୍ରକାଶଙ୍କ ଶୋକ ପ୍ରକାଶ କରିବାବେଳେ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇଥିବା ବାଲିକୁଦା ଏରସମା ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତ ମଧ୍ୟ ବିଜେଡିକୁ ତୀରମାରିବାକୁ ଭୁଲି ନାହାଁନ୍ତି । ବେଦ ପ୍ରକାଶ ଅଗ୍ରୱାଲ ୭୦ ଦଶକ ଆରମ୍ଭରୁ ବିଜୁବାବୁଙ୍କ ସହ ରାଜନୀତି ଆରମ୍ଭ କରିଥିଲେ । ବିଜୁ ବାବୁଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ବିଭିନ୍ନ ମନ୍ତ୍ରୀ ପଦରେ ରହିଥିଲେ । କେନ୍ଦ୍ରାପଡା ରାଜନୀତିରେ ବେଦ ପ୍ରକାଶ ଅଗ୍ରୱାଲ ଜଣେ ସର୍ବମାନ୍ୟ ନେତା ଥିଲେ । ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ବୋଲି ଡାକ୍ତର ଦାମୋଦର ରାଉତ କହିବା ସହ ଏହି ଦୁଃଖ ସମୟକୁ ସମ୍ମୁଖୀନ ହେବା ପାଇଁ ତାଙ୍କ ପରିବାରବର୍ଗକୁ ଭଗବାନ ସହାୟ ହୁଅନ୍ତୁ ବୋଲି ମଧ୍ୟ କହିଥିଲେ ।

ତେବେ ଏତେସବୁ ସହାନୁଭୁତି ଓ ଶୋକ ମଧ୍ୟରେ ଦାମ କିନ୍ତୁ ଭୁଲିନଥିଲେ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରିବାକୁ । ସେ କହିଥିଲେ ଯେ, ଦୀର୍ଘ ୪୦ ଦଶନ୍ଧି ଧରି ରାଜନୀତିରେ ଥିବା ବେଦ ପ୍ରକାଶ ଅଗ୍ରୱାଲ କିନ୍ତୁ ସାଂପ୍ରତିକ ରାଜନୈତିକ ପାଣିପାଗ ସହ ଖାପ ଖୁଆଇପାରୁନଥିଲେ । ଅନେକ ଥର ସାକ୍ଷାତ ବେଳେ ସେ ବିଜେଡିରେ ଖୁସୀ ନଥିବା ପ୍ରକାଶ କରିଥିଲେ ବୋଲି ଦାମ କହିଛନ୍ତି । କେବଳ ବିଜୁବାବୁଙ୍କ ନାଁରେ ବିଜେଡି ଦଳ ତିଆରି ହୋଇଥିବାରୁ ସେ ସେଥିରେ ଥିଲେ ବୋଲି ମଧ୍ୟ ଦାମ କହିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=hyd7xu51B2I","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=hyd7xu51B2I
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.