ବିଜେପିରେ ଦାମଙ୍କ ପ୍ରଥମ ଭାଷଣ : ନବୀନଙ୍କ ଭଳି କହିଲେ ‘ଆପଣମାନେ ଖୁସୀ ତ’ ?

Published By : Prameya-News7 Bureau | March 15, 2019 IST

ଭୁବନେଶ୍ବର ୧୫|୩ : ବିଜେଡିରୁ ବିଦା ହୋଇ ଡାକ୍ତର ଦାମୋଦର ରାଉତ ଏବେ ଯୋଗଦେଇଛନ୍ତି ବିଜେପିରେ | ହେଲେ ନୂଆ ଦଳକୁ ଆସୁ ଆସୁ ନବୀନଙ୍କ ଫେମସ୍ ସଂଳାପକୁ ପ୍ରଥମେ ମନେ ପକାଇଛନ୍ତି ଦାମ | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦାମଦୋର ରାଉତ ନିଜର ପ୍ରଥମ ବକ୍ତବ୍ୟ ଆରମ୍ଭ କରିଥିଲେ ଆପଣ ଖୁସି ତ ଡାଇଲଗରୁ | ଜନତା ଦଳ ଓ ବିଜୁ ଜନତା ଦଳ ସହ ୪୫ ବର୍ଷର ସଂପର୍କ ତୁଟେଇ ବିଜେପିକୁ ଆସିଲି, ଆପଣମାନେ ଖୁସି ତ ବୋଲି କର୍ମୀମାନଙ୍କୁ ପ୍ରଶ୍ନ ପଚାରିଥିଲେ  ଡାକ୍ତର ଦାମୋଦର ରାଉତ ।

{"id":93822}

ସମ୍ବର୍ଦ୍ଧନା ସଭାରେ  ଡାକ୍ତର ରାଉତ ଚିରାଚରିତ ଭାବେ ନବୀନଙ୍କ ଉପରେ ବର୍ଷିଛନ୍ତି । ନବୀନଙ୍କ ଚାରିପଟେ ରହିଥିବା ଆଇଏଏସ ଅଧିକାରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ବିଜେପି ତାଙ୍କୁ ଯେଉଁ ଦାୟିତ୍ବ ଦେବ ନିଜ ଅଭିଜ୍ଞତାକୁ ବ୍ୟବହାର କରି ସେ ତାକୁ ସଫଳ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ । ଏହି ସରକାରକୁ କଂଗ୍ରେସ ନୁହେଁ ବରଂ ବିଜେପି ହିଁ ହଟାଇବାକୁ ସକ୍ଷମ ହେବ ବୋଲି ହୃଦବୋଧ ହେବାରୁ ସେ ବିଜେପିରେ ଯୋଗଦେଇଥିବା କହିଛନ୍ତି ଡାକ୍ତର ଦାମୋଦର ରାଉତ । ତାଙ୍କ ସହ ବିଜେଡି ବିଶେଷକରି ନବୀନ କିଭଳି ଆଚରଣ କଲେ ସେ ସଂପର୍କରେ ବିସ୍ତୃତ ସୂଚନା ମଧ୍ୟ ଦେଇଛନ୍ତି ଦାମ ।   

{"id":93752}

ସୂଚନାଯୋଗ୍ୟ ଯେ, ଗତକାଲି ବିଜେପିରେ ଯୋଗଦେଇଥିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିଲେ । ମିଶ୍ରଣ ପର୍ବ ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ ଦାମ । ବିଜେପିରେ ଯୋଗଦେବା ପରେ ଆଜି ଫେରିଥିଲେ ଡାକ୍ତର ଦାମୋଦର ରାଉତ । ଦାମଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ବିଶାଳ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ସେ ନିଜର ଅଭିଭାଷଣ ରଖିଥିଲେ ।

{"id":93823}

ବିଜେପି ପକ୍ଷରୁ ତାଙ୍କୁ ଯେଉଁ ସମ୍ବର୍ଦ୍ଧନା ଦିଆଗଲା ତାହା ଅଭୁତପୂର୍ବ ଏବଂ ସେଥିରେ ସେ ଅଭିଭୂତ ବୋଲି କହିଛନ୍ତି ଦାମ । ଦାମଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ମନମୋହନ ସାମଲ, ସୁରେଶ ପୂଜାରୀ, ଗୋଲକ ମହାପାତ୍ର, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବୈଜୟନ୍ତ ପଣ୍ଡା ଓ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.